ଆଜିର ମୁଖ୍ୟ ଖବର

0

୧- CBSE ରାସ୍ତାରେ ଗଲା CHSE,ଚଳିତ ବର୍ଷର ଦ୍ଵାଦଶ ଶ୍ରେଣୀ ( + ୨ ) ପରୀକ୍ଷା କରାଗଲା ବାତିଲ। ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଘଟିଲା ଅନ୍ତଃ

୨- କ୍ଷତିଗ୍ରସ୍ତ ଜମାକାରୀ ପାଇଁ ଖୋଲିଲା ଓ୍ବେବସାଇଟ୍, ଜୁନ ୪ରୁ ୧୯ ପର୍ଯ୍ୟନ୍ତ ଅନଲାଇନରେ ଦରଖାସ୍ତ ଆହ୍ଵାନ

୩- ଏଥର ବି କରୋନା କଟକଣାରେ ହେବ ରଥଯାତ୍ରା ! ବଡଦାଣ୍ଡରେ ରହିବେନି ଭକ୍ତ, ସେପଟେ ରଥଖଳା ଚଳଚଞ୍ଚଳ

୪- ବିଦେଶରୁ ଟିକା ସଂଗ୍ରହ ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ୍‌ ଟେଣ୍ଡର ପାଇଁ ଭାଗ ନେଲେ ଦୁଇଟି କମ୍ପାନୀ

୫- ଭୁବନେଶ୍ବର:୧୮ରୁ ୪୪ବର୍ଷ ବୟସ ବର୍ଗଙ୍କୁ ଦିଆଯିବ ଦ୍ବିତୀୟ ଡୋଜ୍ ଟିକା, ଆସନ୍ତା ୮ ଓ ୯ରୁ ହେବ ସ୍ବତନ୍ତ୍ର ଡ୍ରାଇଭ୍

୬- ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ ଜିଲ୍ଲାକୁ କାଳବୈଶାଖୀ ଭୟ । ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

୭- ଡେରାବିଶ:ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଡେରାବିଶ ବ୍ଲକ ଶିକ୍ଷା ଅଧିକାରୀ, ପ୍ରତ୍ୟେକ ଶିକ୍ଷକ ନିଜ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ଚାରା ଗଛ ଲଗାଇ ଯତ୍ନ ନେବା ପାଇଁ ଚିଠି ଲେଖି କଲେ ଅପିଲ

୮- ଭୁବନେଶ୍ୱର କିମ୍ସରେ ପହଞ୍ଚିଲା କକଟେଲ୍‌ ଥେରାପୀ, ସ୍ୱଳ୍ପ ଓ ମଧ୍ୟମ ସଂକ୍ରମିତଙ୍କ ପାଇଁ ହେଉଛି ବେଶ ଉପାଦେୟ

୯- ଦେଶର ସମସ୍ତ ଜିଲ୍ଲାରେ କୋଭିଡ୍‍ ଟିକାକରଣ କେନ୍ଦ୍ର ସ୍ଥାପନ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

୧୦- ଋଷ ଭ୍ୟାକ୍‌ସିନ ସ୍ପୁଟନିକ୍‌-ଭି ଉତ୍ପାଦନ ପାଇଁ ସିରମ୍‌ ଇନଷ୍ଟିଚ୍ୟୁଟ୍‌କୁ ମିଳିଲା ଅନୁମତି

୧୧- ଚଳିତ ଆର୍ଥିକବର୍ଷରେ ଦେଶର ଅଭିବୃଦ୍ଧି ହାର ୯ ଦଶମିକ ୫ ପ୍ରତିଶତ ହେବ : ଭାରତୟ ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

୧୨-5ଜି ମାମଲା : ଜୁହି ଚାୱଲାଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ଜୁହିଙ୍କ ଉପରେ ଲଗାଇଲେ ୨୦ ଲକ୍ଷ ଟଙ୍କାର ଜରିମନା

*ଆଜି ବିଶ୍ୱ ପରିବେଶ ଦିବସ*

Leave A Reply

Your email address will not be published.