ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ଫିଟୁଛି ଗୁମର, ପୁଲିସ ସ୍କାନରେ ରହିଛନ୍ତି ଏହିସବୁ ବ୍ୟକ୍ତି…

0

ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଏବେ ବି ସସପେନ୍ସ ଲାଗି ରହିଛି । ଫିଟୁଛି ଗୋଟିଏ ଗୋଟିଏ ଗୁରମ । କାରଣ ପରିବାର ଲୋକେ ଆତ୍ମହତ୍ୟା ନୁହେଁ ସୁଶାନ୍ତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିବା ପରେ ପୁଲିସ ଆରମ୍ଭ କରିଦେଇଛି ଛାନଭିନ୍ ।

ସୁଶାନ୍ତଙ୍କ ମୋବାଇଲ ରେକର୍ଡ ଯାଞ୍ଚ ପରେ ପୁଲିସ କିଛି ବ୍ୟକ୍ତିଙ୍କୁ ତଦନ୍ତ ସ୍କାନରରେ ନେଇଛି । କାରଣ ସୁଶାନ୍ତଙ୍କ ସୋ କଲ୍ଡ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଓ ମହେଶ ସେଟ୍ଟୀଙ୍କୁ ସୁଶାନ୍ତ ସେହିଦିନ ରାତିରେ ଶେଷ କଲ କରିଥିଲେ । ହେଲେ ସେମାନେ ତାଙ୍କ କଲ ଉଠାଇନଥିବା ଜଣାପଡିଛି । ତେବେ କାହିଁକି ଓ କେଉଁ କାରଣ ପାଇଁ ସୁଶାନ୍ତଙ୍କ କଲକୁ ସେମାନେ ଉଠାଇନଥିଲେ ସେନେଇ ପୁଲିସ ସେମାନଙ୍କୁ ଡାକି ପଚରାଉଚରା କରୁଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ ୧୩ ଜୁନ୍ ରାତିରେ ରିୟା ଓ ମହେଶଙ୍କୁ ସୁଶାନ୍ତ କଲ କରିଥିଲେ । ହେଲେ ସେମାନେ ତାଙ୍କ କଲ ଉଠାଇନଥିଲେ । ସୁଶାନ୍ତ ପର ଦିନ (ମାନେ ଜୁନ୍ ୧୪) ସକାଳ ୬ଟା ୩୦ ମିନିଟରେ ଉଠିଥିଲେ । କାଲି ଏତିକି ନୁହେଁ ସେ ତାଙ୍କ ଭଉଣୀଙ୍କ ସହ ୯ଟା ୩୦ ମିନିଟରେ ଫୋନରେ କଥା ମଧ୍ୟ ହୋଇଥିଲେ । ପରେ ୧୦ଟା ୩୦ ମିନିଟରେ ସେ ତାଙ୍କ ରୁମ୍ ରୁ ବାହାରି ଜୁସ୍ ନେଇ ପୁଣି ରୁମ୍ ଭିତରକୁ ଯାଇଥିଲେ ।

ଅପରାହ୍ନରେ ଯେତେବେଳେ ତାଙ୍କ ଘରେ କାମ କରୁଥିବା ବ୍ୟକ୍ତି ତାଙ୍କୁ ଲଞ୍ଚ ଖାଇବା ପାଇଁ ଡାକିଥିଲେ । ସୁଶାନ୍ତଙ୍କ ରୁମ ଭିତରୁ କୌଶସି ଉତ୍ତର ମିଳିନଥିଲା । ଭିତର ପଟୁ କବାଟ ବନ୍ଦ ଥିବାରୁ ଚାକର ସୁଶାନ୍ତଙ୍କ ବନ୍ଧୁଙ୍କୁ ଡାକିଥିଲେ । ପରେ କବାଟ ଭାଙ୍ଗିବା ପରେ ତାଙ୍କ ଝିଲନ୍ତା ଶବ ରୁମ ଭିତରେ ଦେଖିବାକୁ ମିଳିଥିଲା ।

ଏଠାରେ କହି ରଖୁଛୁ ଯେ, ରିୟା ଚକ୍ରବର୍ତ୍ତୀ ହେଉଛନ୍ତି ଜଣେ ମଡେଲ ଓ ଅଭିନେତ୍ରୀ । ସୁଶାନ୍ତ ଓ ରିୟାଙ୍କ ଭିତରେ କିଛି ମାସ ହେବ ରୋମାନ୍ସ ଦେଖିବାକୁ ମିଳୁଥିଲା । ଅନ୍ୟପଟରେ ମହେଶ ସେଟ୍ଟୀ ସୁଶାନ୍ତଙ୍କ ସହିତ ‘ପବିତ୍ର ରିସ୍ତା’ ଧାରାବାହିକରେ କୋ-ଆକ୍ଟର ଭାବେ କାମ କରିଆସିଛନ୍ତି ।

ତେବେ ଜୁନ୍ ୧୩ ରାତିରୁ ଜୁନ୍ ୧୪ ଅପରାହ୍ନ ପର୍ଯ୍ୟନ୍ତ ଏମିତି କଣ ଘଟିଲା ଯେ ସୁଶାନ୍ତ ଆତ୍ମହତ୍ୟା କଲେ? ଏମିତି କଣ କାମ ପଡିଲା ଯେ ସୁଶାନ୍ତ ରିୟା ଓ ମହେଶଙ୍କୁ ରାତିରେ କଲ କରିଥିଲେ? ଏହି ସବୁ ଦିଗରେ ପୁଲିସ ତଦନ୍ତ ଆରମ୍ଭ କରିଛି । ପୁଲିସ ସୁଶାନ୍ତର କେତେକ ସାଙ୍ଗମାନଙ୍କୁ ପଚରାଉଚରା ମଧ୍ୟ କରୁଥିବା ଜଣାପଡିଛି ।

Leave A Reply

Your email address will not be published.