ଜଗତସିଂହପୁରରେ କରୋନା କଟକଣା : 12 ଘଣ୍ଟିଆ କର୍ଫ୍ୟୁ ଜାରିକଲା ଜିଲ୍ଲା ପ୍ରଶାସନ

0

ଜଗତସିଂହପୁର ରେ କରୋନା ଜନିତ କଟକଣା କୁ କଡାକଡି କରାଯାଇଛି l ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ 12 ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି l ଆଜି ଠାରୁ ସନ୍ଧ୍ୟା 7 ଟାରୁ ସକାଳ 7 ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ l ଆଜି ଠାରୁ ଲକ୍ ଡାଉନ୍ ଶେଷ ହେବା ପର୍ଯ୍ୟନ୍ତ ଜିଲ୍ଲାରେ କର୍ଫ୍ୟୁ ଜାରି ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ଏହି କର୍ଫ୍ୟୁ ସମଗ୍ର ଜିଲ୍ଲାରେ ଜାରି ରହିବ l ଜିଲ୍ଲାରେ ଅତ୍ୟାବଶ୍ୟକୀୟ ସେବା ଛଡା ଅନ୍ୟ କୌଣସି କାର୍ଯ୍ୟକଳାପ କୁ ଅନୁମତି ଦିଆଯିବ ନାହିଁ l କରୋନା ମୁକାବିଲା କୁ କଡାକଡି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି l ଜଗତସିଂହପୁର ଜିଲ୍ଲାରେ ଏପର୍ଯ୍ୟନ୍ତ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହିଁ ଏବଂ ଜିଲ୍ଲା ଗ୍ରୀନ୍ ଜୋନ୍ ରେ ରହିଛି l ଜିଲ୍ଲାବାସୀ ଙ୍କ ସ୍ୱାସ୍ଥ ର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି l

Leave A Reply

Your email address will not be published.