ଯାଜପୁର ଜିଲ୍ଲାର 13ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା

0

ଯାଜପୁର ଜିଲ୍ଲାର 13 ଗୋଟି ଗାଁ କୁ କଣ୍ଟେନମେଣ୍ଟ ଜୋନ୍ ଭବରେ ଘୋଷଣା କରାଯାଇଛି l ଗତକାଲି ଯାଜପୁର ଜିଲ୍ଲାରେ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ l ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଲି ନିଷ୍ପତ୍ତି ନିଆଯାଇଛି l ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲାରେ କରୋନା ଜନିତ କଟକଣା କୁ ବଢାଇ ଦିଆଯାଇଛି l ଗତକାଲି ଚିହ୍ନଟ ହୋଇଥିବା 5 ଜଣ କରୋନା ଆକ୍ରାନ୍ତ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ମାନଙ୍କୁ ଠାବ କରାଯିବା ପରେ 3 ଟି ପଞ୍ଚାୟତର 13 ଟି ଗାଆଁ କୁ କଣ୍ଟେନମେଣ୍ଟ ଜୋନ୍ ଭବରେ ଘୋଷଣା କରାଯାଇଛି l ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ର ଚିନ୍ତା ବଢାଇ ଦେଇଛି l ମହାମାରୀ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ହୋଇ ଥିବା ବ୍ୟକ୍ତି ମାନଙ୍କ ଅଞ୍ଚଳ ଗୁଡିକ ରେ କରୋନା ଜନିତ କଟକଣା ଗୁଡିକୁ ଆହୁରି ବଢାଇ ଦିଆଯାଇଛି l ଯାଜପୁର ଜିଲ୍ଲାରେ ମହାମାରୀ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ହୋଇଥିବା ଖବର ଜଣା ପଡିବା ପରେ ଆକ୍ରାନ୍ତ ଙ୍କ ଅଞ୍ଚଳ ଗୁଡ଼ିକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିବା ପାଇଁ ସ୍ପଷ୍ଟ କରିଥିଲେ l

Leave A Reply

Your email address will not be published.