ପ୍ରସାଶନ ନିର୍ଦ୍ଦେଶକୁ ଅବମାନନା କରି ସାତ ଗିରଫ

0

କରୋନା ଭାଇରସକୁ ନେଇ ସାରା ଭାରତ ବର୍ଷରେ ଲକ୍ ଡାଉନ୍ ଚାଲିଥିବା ବେଳେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସଦାଇପଲି ଠାରେ ରାମ ନବମୀ ପାଳନକୁ କେନ୍ଦ୍ରକରି ପୋଲିସ ସାତ ଜଣଙ୍କୁ ଗିରଫ କରିଛି l

ସଦାଇପାଲି ଗ୍ରାମବାସୀ ମାନେ ରାମ ନବମୀ ପାଳନ କରିବାକୁ ଦଶ ଦିନ ପୂର୍ବରୁ ମଣ୍ଡପ ପ୍ରସ୍ତୁତ କରିଥିଲେ କିନ୍ତୁ କରୋନା ସଂକ୍ରମଣ ସନ୍ଦେହରେ ପ୍ରସାଶନ ମଣ୍ଡପ ଉଠାଇବାକୁ ନିର୍ଦ୍ଦେଶ ଦେଇଥିଲେ l

ଆଜି ସକାଳ ପ୍ରାୟ 10ଟା ସମୟରେ ବଲାଙ୍ଗୀର ଉପଜିଲ୍ଲାପାଳ ଉକ୍ତ ସ୍ଥାନରେ ପହଁଚି ଜେସିବି ଡ଼କାଇ ମଣ୍ଡପକୁ ଭାଙ୍ଗିଥିଲେ l ଉକ୍ତ ଅଞ୍ଚଳରେ ଦୁଇ ଦିନ ପାଇଁ 144 ଧାରା ଲାଗୁକରିବା ସହ ଏକ ପୋଲିସ ଫୋର୍ସ ମୁତୟନ କରାଯାଇଛି l ତତ୍ ସହିତ ସାତ ଜଣଙ୍କୁ ଗିରଫ କରାଯାଇଛି l

Leave A Reply

Your email address will not be published.