ଅମିର୍ ଖାନଙ୍କ ଏହି ଫିଲ୍ମ ଦେଖିବା ପରେ ହୃଦୟ ଦେଇ ବସିଥିଲେ କିରନ୍

0

ଅମିର୍ ଖାନ୍ ବିବାହର ୧୫ ବର୍ଷ ପରେ ପତ୍ନୀ କିରନ୍ ରାଓଙ୍କ ଠାରୁ ସହମତି କ୍ରମେ ଅଲଗା ହୋଇଯାଇଛନ୍ତି । ସେମାନେ ଆଜି ବିବାହ ବିଚ୍ଛେଦ ନେଇ ଘୋଷଣା କରିଛନ୍ତି । ଦୁହେଁ ବିବାହ ବିଚ୍ଛେଦକୁ ନେଇ ଅଫିସିଆଲ୍ ଷ୍ଟେଟମେଣ୍ଟ ଜାରି କରିଛନ୍ତି । ତେବେ ଆଜି ସେମାନେ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି ସତ କିନ୍ତୁ ଦିନ ଏମିତି ଥିଲା ଯେବେ ସେମାନେ ଦୁହେଁ ଦୁହିଁଙ୍କ ପ୍ରେମରେ ଏକଦମ୍ ପାଗଳ ଥିଲେ । ସେମାନଙ୍କ ପ୍ରେମର କାହାଣୀ ସାରା ବଲିଉଡ୍ ରେ ଚର୍ଚ୍ଚାର ବିଷୟ ସାଜିଥିଲା । ତେବେ ଚାଲନ୍ତୁ ଜାଣିବା ଅମିର୍ ଓ କିରନ୍ ଙ୍କ କିପରି ହୋଇଥିଲା ପ୍ରଥମ ଦେଖା ଏବଂ ପୂରା ଲଭ୍ ଷ୍ଟୋରୀ ବିଷୟରେ ।

ଅମିର୍ ନିଜ ପ୍ରୋଫେସନାଲ୍ ଲାଇଫ୍ ରେ ମିଷ୍ଟର ପରଫେକ୍ସନିଷ୍ଟ ନାମରେ ଜଣାଯାଉଥିଲେ ବି ବ୍ୟକ୍ତିଗତ ଜୀବନରେ ସେ ଅନେକ ଖରାପ ସମୟ ଦେଇ ଗତି କରିଛନ୍ତି । ସେ ନିଜର ପ୍ରୋଫେସନାଲ୍ ଲାଇଫ୍ ଠାରୁ ପର୍ସନାଲ୍ ଲାଇଫ୍ କୁ ନେଇ ଅଧିକ ଚର୍ଚ୍ଚାରେ ଥାନ୍ତି । ତେବେ ଅମିର୍, କିରନ୍ ଙ୍କୁ ବିବାହ କରିବା ପୂର୍ବରୁ ୧୯୮୬ ମସିହାରେ ରୀନା ଦତ୍ତାଙ୍କୁ ବିବାହ କରିଥିଲେ । ହେଲେ କିଛି ବର୍ଷ ପରେ ୨୦୦୨ରେ ସେ ରୀନା ଦତ୍ତାଙ୍କ ଠାରୁ ଅଲଗା ହୋଇଯାଇଥିଲେ । ଅମିର୍ ଓ ରୀନାଙ୍କର ଦୁଇଟି ସନ୍ତାନ ଜୁନେଦ୍ ଓ ଆଇରା ହୋଇଥିବା ବେଳେ ଅମିର୍ ଓ କିରନ୍ ଙ୍କର ଗୋଟିଏ ସନ୍ତାନ ରହିଛି । ଯାହାର ନାଁ ହେଉଛି ଆଜାଦ୍ ।

ଯେବେ ଅମିର୍ “ଲଗାନ୍” ଫିଲ୍ମର ସୁଟିଂ କରୁଥିଲେ ସେତେବେଳେ କିରନ୍ ରାଓ ଆସିଷ୍ଟାଣ୍ଟ ଭାବରେ ଫିଲ୍ମରେ କାମ କରୁଥିଲେ । ଏହି ମୁଭି ସେଟ୍ ରେ ଦୁହେଁ ପ୍ରଥମ ଥର ପାଇଁ ଦେଖା ହୋଇଥିଲେ । ପ୍ରଥମେ ସାଙ୍ଗ ଓ ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ଏହିପରି ଭାବରେ କିଛି ଦିନ ଗଲାପରେ ୨୦୦୫ ରେ ବିବାହ କରିଥିଲେ । କିନ୍ତୁ ବିବାହର ଦେଢ଼ ବର୍ଷ ପର୍ଯ୍ୟନ୍ତ ଅମିର୍ କୌଣସି ସୂଚନା ସାର୍ବଜନୀନ କରିନଥିଲେ । ହେଲେ ଏକ ଇଣ୍ଟରଭିୟୁରେ ସେ କିରନ୍ ସହିତ ପ୍ରଥମ ଦେଖା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁକିଛି ଗଣମାଧ୍ୟମରେ ଆଗରେ କରିଥିଲେ ।

Leave A Reply

Your email address will not be published.