ବିଶ୍ୱସୁନ୍ଦରୀ ହେବା ପରେ ତଳେ ବସି ଖାଇଥିଲେ ଐଶ୍ୱର୍ଯ୍ୟା

0

ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ପୁରୁଣା ଫଟୋ ବେଶ ଭାଇରାଲ ହୋଇଛି । ବିଶ୍ୱ ବିଜୟିନୀ ହେବାର ଠିକ୍ ପରେ ନିଜ ମା’ ବ୍ରିନ୍ଦାଙ୍କ ସହିତ ତଳେ ବସି ଖାଉଥିବାର ଏହି ଫଟୋଟିକୁ ଶେୟାର କରିଛନ୍ତି ଏମି ଜ୍ୟାକସନ୍ । ଐଶ୍ୱର୍ଯ୍ୟାଙ୍କ ଏହି ଫଟୋକୁ ଶେୟାର କରିବା ସହିତ ସେ ବାସ୍ତବ ଜୀବନର ରାଣୀ ଏବଂ ତାଙ୍କର ସବୁଠାରୁ ପ୍ରିୟ ବୋଲି ଲେଖିଛନ୍ତି ଏମି । ଉକ୍ତ ଫଟୋରେ ଐଶ୍ୱର୍ଯ୍ୟା ନିଜ ବ୍ୟୁଟି ପିଜାଣ୍ଟ ସହିତ ନଜର ଆସିଛନ୍ତି । ଐଶ୍ୱର୍ଯ୍ୟା ଏକ ଗୋଲାପୀ ଶାଢୀ ପିନ୍ଧିଥିବା ବେଳେ ତାଙ୍କ ମା ଏକ ଗ୍ରେ ସାଲୱାର ସୁଟରେ ନଜର ଆସିଛନ୍ତି ।

ରୋବୋଟ୍ ୨.୦ ଅଭିନେତ୍ରୀ ଏମି ଜ୍ୟାକସନ୍ ବିବାହ ଓ ମାତୃତ୍ୱ ପରେ ବଲିଉଡରୁ ଦୂରରେ ରହିଛନ୍ତି । ମାତୃତ୍ୱ ପରେ କୌଣସି ବଲିଉଡ ପ୍ରୋଜେକ୍ଟ ସାଇନ୍ କରିନଥିବା ଏମି ବର୍ତ୍ତମାନ ୟୁକେରେ ଅବସ୍ଥାନ କରୁଛନ୍ତି । ଗୁରୁବାର ଥ୍ରୋ ବ୍ୟାକ୍ ଫଟୋ ଭାବରେ ଏମି ଏହି ଫଟୋଟି ଶେୟାର କରିଛନ୍ତି ।

Leave A Reply

Your email address will not be published.