ଅଜବ ମଣିଷର ଗଜବ କାରନାମା

0

୨୮.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): କଞ୍ଚା ମାଂସ , କାଚ , ଶୁଖୁଆ , ମାଛ , କଂଚlପରିବା ଖାଇଦେଉଛନ୍ତି କଟକ ନିବାସୀ ରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତି l ଏସବୁ ଜିନିଷ ଖାଇବା ସହ ନିଆଁ କୁ ବି ଗିଳି ପକାଉଛନ୍ତି ତାସହିତ ବିଭିନ୍ନ ପଶୁପକ୍ଷୀଙ୍କ ସ୍ୱର , ଅଭିନେତା ମାନଙ୍କର ସ୍ୱର ମଧ୍ୟ ନକଲ କରନ୍ତି I ସେଥିପାଇଁ ତାଙ୍କ ସାଙ୍ଗ ପିଲା ଡାକନ୍ତି ସର୍ବଗିଳା , ମିମିକ୍ରି ବଏ ,ଲକ୍ଷ୍ମୀଛଡ଼l l ତାଙ୍କ ମା କୁହନ୍ତି ପୁଅର ଏଭଳି ସଉକ ପିଲାବେଳୁ ନଥିଲା ଛୋଟବେଳେ ସେ ଖାଲି ଭାତ,ଲୁଣ , ଲଙ୍କା , ପିଆଜ ଲଗାଇ ଖାଇଦେଉଥିଲା ଏସବୁ ଅଜବ ସଉକ ତା ଭିତରେ ଆପେ ଆପେ ଦେଖିବାକୁ ମିଳିଲା l 2013ରେ ଭୁବନେଶ୍ୱର ଆଦିବାସୀ ମେଳାରେ ହେଉଥିବା କଦଳିଖିଆ ପ୍ରତିଯୋଗିତାରେ ସେ ଭାଗନେଇ 2 ମିନିଟରେ 17ଟି କଦଳୀ ଖାଇ ରେକଡ଼ ସୃଷ୍ଟି କରିଥିଲା l ତାପରେ ଅଜବ ଚିନ୍ତାଧାରା ତା ମନ ଭିତରକୁ ଆପେ ଆପେ ଆସିଲା l ବିଭିନ୍ନ ମେଲୋଡି ଗୃପରେ ଗୀତ ଗାଇବା ସହ ଉପସ୍ଥାପନା କରୁଥିବାବେଳେ ନିଆଁ ଗିଳିବା କୌଶଳ ଦେଖାଇବା ଆରମ୍ଭ କଲେ ପରେ ପରେ ମିମିକ୍ରି କରିବା ମଧ୍ୟ ଆରମ୍ଭ କଲେ l

ରଞ୍ଜନ କୁହନ୍ତି ମୋର ଜନ୍ମ ସଂଗୀତ ଜଗତର ବାଦଶାହା ସ୍ବର୍ଗତ ଅକ୍ଷୟ ମହାନ୍ତି ଙ୍କ ଗ୍ରାମରେ ଛୋଟବେଳୁ ଇଛା ଥିଲା ଯେ ତାଙ୍କୁବି ବହୁତ ଲୋକ ଜଣାନ୍ତୁ କିନ୍ତୁ କଣ କଲେ ଲୋକେ ଜାଣିବେ ଭାବି ଏହିପନ୍ଥା ଆପଣେଇନେଲେ Iରଞ୍ଜନଙ୍କୁ 40 ଛୁଇଁଲlନି ଏଭଳି କରିବାଦ୍ୱାରା ତାଙ୍କ ଶରୀରରେ କୌଣସି ପ୍ରଭାବ ପଡୁନାହିଁ ବୋଲି ସେ କହିଛନ୍ତି l କିନ୍ତୁ ଡାକ୍ତରଙ୍କ କହିବା କଥା କଞ୍ଚା ମାଛ ମାଂସ ଖାଇବା ଦ୍ୱାରା କରେନା ଭାଇରସ ହେବାର ଆଶଙ୍କାବି ରହିଛି ଏହାସହ ମସ୍ତିସ୍କ ,ଫୁସଫୁସ ସଂକ୍ରମଣ ହୋଇପାରେ l

Leave A Reply

Your email address will not be published.