ମୁହାଁମୁହିଁ ହେବେ ଅମିର୍ ଓ ଅଲ୍ଲୁ ଅର୍ଜୁନ

0

ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’ର ରିଲିଜ୍ ଡେଟ୍ ଘୋଷଣା ହୋଇଯାଇଛି । ଏହାର ପ୍ରଥମ ପାର୍ଟ ବଡ଼ଦିନରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟି ୫ଟି ଭାଷାରେ ରିଲିଜ୍ ହେବ । ତେବେ ଏହାର ମୁକାବିଲା ଅମିର୍ ଖାନ୍ ଙ୍କ ‘ଲାଲ୍ ସିଂ ଚଡ୍ଢା’ଙ୍କ ସହ ହେବ । କାରଣ ଅମିର୍ ଖାନ୍ ଙ୍କ ଫିଲ୍ମ ମଧ୍ୟ ବଡ଼ଦିନରେ ପରଦାକୁ ଆସିବାକୁ ଯାଉଛି ।

ବଡ଼ଦିନରେ ରିଲିଜ୍ ହେବାକୁ ଯାଉଥିବା ନେଇ ଅଲ୍ଲୁ ଅର୍ଜୁନ୍ ଟୁଇଟ୍ କରି କହିବା ସହିତ ନିଜର ପ୍ରଥମ ପୋଷ୍ଟର୍ ସେୟାର୍ କରିଛନ୍ତି । ଏଥିରେ ଅଲ୍ଲୁ ଅର୍ଜୁନ୍ ଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା ମଧ୍ୟ ରହିଛନ୍ତି । ବର୍ଷ ଶେଷରେ ଦୁଇଟି ବଡ଼ ଷ୍ଟାଟର୍ ଫିଲ୍ମ ରିଲିଜ୍ କୁ ନେଇ ଫ୍ୟାନ୍ ମାନେ ମଧ୍ୟ ଖୁବ୍ ଉତ୍ସାହିତ ଅଛନ୍ତି ।

‘ପୁଷ୍ପା’ ର କାହାଣୀ ଆକ୍ସନ୍ ସିନ୍ ରେ ଭରପୁର ରହିଛି । ଟ୍ରେଲର୍ ରିଲିଜ୍ ହେବାପରଠାରୁ ହିଁ ଫ୍ୟାନ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ବଡ଼ଦିନ ରେ ଫିଲ୍ମର ପ୍ରଥମ ପାର୍ଟ ରିଲିଜ୍ କରାଯିବ । ୨୦୨୨ରେ ଏହାର ଦ୍ୱିତୀୟ ପାର୍ଟ ରିଲିଜ୍ ହେବ ।

Leave A Reply

Your email address will not be published.