ଆଜି ଆସୁଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା , ଜଣାନ୍ତୁ କଣ ରହିଛି କାର୍ଯ୍ୟକ୍ରମ !!

0

୨୮.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଓଡିଶା ଗସ୍ତରେ ଆସୁଛନ୍ତି l କେନ୍ଦ୍ର ମନ୍ତ୍ରୀଙ୍କର ଦୁଇଦିନିଆ ଗସ୍ତକୁ ନେଇ ସରକାର ଓ ବିଜେପି ପକ୍ଷରୁ ପାସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପଂହଁଚିଛି l ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ପୂର୍ବାଂଚଳ ଜେନେରାଲ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ l ଅପରାହ୍ନରେ ସେ ବିଜେପି ପକ୍ଷରୁ ଜନତା ମଇଦାନରେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ବିଶାଳ ସମାବେଶକୁ ସମ୍ଭୋଦିତ କରିବେ I ପୂର୍ବାଂଚଳ ଜେନେରାଲ ବୈଠକରେ ଯୋଗଦେବାକୁ ଆସିଥିବା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ଗସ୍ତରେ ଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉପସ୍ଥିତ ରହିବେ l କୌଣସି କାରଣବଶତଃ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଯୋଗାଦେବେନି ବୋଲି ସୂଚନା ମିଳିଛି ସେଥିପାଇଁ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେବେ l 24 ତମ ପୂର୍ବାଂଚଳ ପରିଷଦ ବୈଠକ 29 ବର୍ଷ ପରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି l ମାଓ ସମସ୍ୟା, ଭିତିଭୂମି ନିର୍ମାଣ ,ବ୍ୟାଙ୍କ ସେବା ନଥିବା ପଂଚାୟତରେ ବ୍ୟାଙ୍କ ସ୍ଥାପନ,ଅନ୍ତଃ ରାଜ୍ୟ ଜଳ ବିବାଦ ପରି ଦାବିକୁ ରାଜ୍ୟ ଦୃଷ୍ଟି ଆକର୍ଷଣ କରିବା l

ସିଏଏ ସମାବେଶରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପ୍ରତାପ ଷଢଙ୍ଗି , ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସହ ଦଳର ବହୁବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଶନିବାର ସକାଳ 8ଟାରେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି I 9ଟା 45 ମିନିଟରେ ସେ ପୁରୀ ଛାଡି ଭୁବନେଶ୍ୱରରେ ପହଁଞ୍ଚି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ l ଏହାପରେ ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ରେ ପଂହଁଚିବେ l ସମ୍ ଅଲ୍ଟିମେଟ ମେଡ଼ିକେୟାରର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବେ l ଏହାପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି l

Leave A Reply

Your email address will not be published.