ନୟାଗଡ଼ରେ ପରୀ ଘଟଣାର ପୁନରାବୃତ୍ତି, ମିଳୁନି ୭ ବର୍ଷୀୟା ଶିଶୁର ପତ୍ତା

0

ନୟାଗଡ଼ରୁ ପୁଣି ଜଣେ ନାବାଳିକା ନିଖୋଜ ଘଟଣା ସାମ୍ନାକୁ ଆସିଛି, ଯାହାକୁ ପରୀ ଘଟଣା ପୁନରାବୃତ୍ତି କହିଲେ ଅତ୍ୟୁକ୍ତି ହେବନି । ଏହି ନିଖୋଜ ଘଟଣା ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ଧୁଣ୍ଡୁଗାଡିଆ ଗାଁରୁ ଆସିଛି । ଜଣେ ୭ ବର୍ଷର ନାବାଳିକା ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୁଣି ଥରେ ଆତଙ୍କ ଖେଳିଯାଇଛି । ପରୀ ଘଟଣାକୁ ନେଇ ଲୋକଙ୍କ ମନରୁ ଭୟ ଯାଇନଥିବା ବେଳେ ପୁଣି ଏକ ଶିଶୁ ନିଖୋଜ ଘଟଣା ଲୋକଙ୍କୁ ଆହୁରି ଡରାଇଦେଇଛି । ଅନ୍ୟପଟେ ଘଟଣାକୁ ନେଇ ପୋଲିସ ଛାନଭିନ୍ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.