ରାଜ୍ୟରେ ଦ୍ଵିତୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

0

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଛି l ଉକ୍ତ ବ୍ୟକ୍ତି ଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି ପାଇଛି l ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ମୃତ ବ୍ୟକ୍ତି ଙ୍କ ବୟସ 77 ବର୍ଷ ହୋଇଥିବା ବେଳେ ବ୍ୟକ୍ତି ଜଣକ ଭୁବନେଶ୍ବର ର ମଧୁସୂଦନ ନଗରର ବାସିନ୍ଦା l ଗତକାଲି ଭୁବନେଶ୍ଵର ର କିମ୍ସ ହସ୍ପିଟାଲ ରେ ଚିକିତ୍ସିତ ଅବସ୍ଥା ରେ ତାଙ୍କର ମୃତ୍ୟୁ ଘଟିଥିଲା l ସେ ମଧୁମେହ ସହ କିଡ଼ନୀ ରୋଗ ରେ ମଧ୍ୟ ପୀଡ଼ିତ ଥିଲେ l ତେବେ ପ୍ରକାଶ ଥାଉ କି ଠିକ୍ ମାସକ ତଳେ ଅର୍ଥାତ୍ ଏପ୍ରିଲ 6 ତାରିଖରେ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଥିଲା l ତାହା ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ଥିଲା l ଠିକ୍ ତାହାର ମାସକ ପରେ ଆଉ ଜଣେ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଛି l ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 2 କୁ ବୃଦ୍ଧି ପାଇଛି l ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 47454 କରୋନା ନମୁନା ପରୀକ୍ଷା କରାଯାଇଛି ଏବଂ ସେଥିମଧ୍ୟରୁ 177 ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 60 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ 115 ଜଣ ସକ୍ରୀୟ ସଂକ୍ରମିତ ଚିକିସତ୍ିତ ହେଉଛନ୍ତି l

Leave A Reply

Your email address will not be published.