ନ୍ୟୁଜ 7ରେ ପୂର୍ଣ୍ଣଛେଦ ପକାଇଲେ ଲୋକପ୍ରିୟ ସାମ୍ବାଦିକ ଅର୍ଧେନ୍ଦୁ ଦାସ

0

୧୨.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) :  ଲୋକପ୍ରିୟ ସାମ୍ବାଦିକ ଓ ନ୍ୟୁଜ 7 ଏଡିଟର ଅର୍ଧେନ୍ଦୁ ଦାସ ନ୍ୟୁଜ 7 ଛାଡିଛନ୍ତି I ସେ ସୋସିଆଲ ମିଡିଆରେ ଲେଖିଛନ୍ତି କି ” ସାଢେ ନଅ ବର୍ଷର ସାଢେ ନଅ ବର୍ଷର ଯାତ୍ରାରେ ପୂର୍ଣ୍ଣଚ୍ଛେଦ | ନ୍ୟୁଜ7 ସହ ଦଶନ୍ଧିର ସଂପର୍କ ଶେଷ ହୋଇଛି | ଏ ସମୟ ମୋ ଲାଗି ଖୁବ୍ ଆବେଗପୂର୍ଣ୍ଣ ଓ ସଫଳ ଥିଲା ବୋଲି କହିବି | ମୋର କାର୍ଯ୍ୟକାଳ ସମୟରେ ନ୍ୟୁଜ7କୁ ସବୁବେଳେ ସାଧାରଣ ଲୋକଙ୍କ ସ୍ୱର ସଜାଇବାକୁ ଚେଷ୍ଟା କରିଛି | ତେବେ, ପ୍ରତିଷ୍ଠାତା ସମ୍ପାଦକ ହିସାବରେ ମୋର ଦାୟିତ୍ୱକୁ କେମିତି ତୁଲାଇପାରିଛି, ତାହା ଦର୍ଶକ ହିଁ ନିର୍ଦ୍ଧାରଣ କରିବେ | ସବୁ ସଫଳତାର ଶ୍ରେୟ ମୁଁ ନ୍ୟୁଜ7ର ପୂରା ଟିମ୍, ରାଜ୍ୟବାସୀଙ୍କୁ ଦେବି | କୌଣସି ବିଫଳତା ଲାଗି ଲିଡର ଭାବେ ନିଜକୁ ଦାୟୀ କରିବି | ମୋତେ ସହଯୋଗ କରିଥିବା, ଭଲ ପାଇବା ଦେଇଥିବା, ସମାଲୋଚନା କରିଥିବା ସମସ୍ତଙ୍କୁ କୃତଜ୍ଞତା I ଏଥିରୁ ସ୍ପଷ୍ଟ ହେଉଛି ଯେ ଛାଡିବାର କାରଣ ଏଥିରେ ଲିଖିତ ନଥିଲେ ମଧ୍ୟ ଅନ୍ତର୍ଦ୍ୱନ୍ଦ ପାଇଁ ଅର୍ଧେନ୍ଦୁ ଛାଡିଛନ୍ତି ବୋଲି ଚର୍ଚ୍ଚl ଜୋରଧରିଛି I ତେବେ ଅଗାମି ଦିନରେ ଅର୍ଧେନ୍ଦୁ କେଉଁ ଚ୍ୟାନେଲ୍ ରେ ଯୋଗ ଦେବେ ତାହା ଉପରେ ସମସ୍ତଙ୍କ ନଜର I

 

Leave A Reply

Your email address will not be published.