ଆଜିଠାରୁ ୧୧ ଦିନ ଯାଏ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ପୂରା ତାଲିକା

0

ଆଜି ଠାରୁ ପୂରା ୧୧ ଦିନ ଯାଏ ବନ୍ଦ ରହିବ ବ୍ୟାଙ୍କ୍ ସେବା । ତେଣୁ ବ୍ୟାଙ୍କ ସମ୍ବନ୍ଧିତ ଯଦି କୌଣସି କାମ ରହିଛି ତେବେ ତାକୁ ସାରିବାକୁ ଆପଣଙ୍କୁ ଲମ୍ବା ଅପେକ୍ଷା କରିବାକୁ ପଡ଼ିବ । କାରଣ ଜୁଲାଇ ମାସରେ ପୂରା ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହି ମାସରେ ଆସୁଥିବା ଛୁଟି ଗୁଡ଼ିକ ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବନ୍ଦ ରହିବ । ତେଣୁ ଆଜି ଅର୍ଥାତ୍ ଶନିବାର ଠାରୁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ।

୧୦ ଜୁଲାଇରେ ଦ୍ୱିତୀୟ ଶନିବାର ପଡ଼ୁଥିବାରୁ ବ୍ୟାଙ୍କ୍ ବନ୍ଦ ରହିବ । ସେହିପରି ଆସନ୍ତାକାଲି ୧୧ ଓ ୧୮ ତାରିଖରେ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ସେବା ଚାଲୁ ହୋଇପାରିବ ନାହିଁ । ଏହାବ୍ୟତୀତ ସୋମବାରରୁ ଶନିବାର ପର୍ଯ୍ୟନ୍ତ ବିଭିନ୍ନ ପର୍ବପର୍ବାଣୀ କାରଣରୁ ବ୍ୟାଙ୍କ କାର୍ଯ୍ୟକୁ ବନ୍ଦ ରଖାଯିବ । ଜାଣିରଖନ୍ତୁ ଯେ, ଆରବିଆଇ କହିବାନୁସାରେ ଅଲଗା ଅଲଗା ରାଜ୍ୟ ଗୁଡ଼ିକୁ ହିସାବକୁ ନେଇ ବ୍ୟାଙ୍କ ମାନଙ୍କରେ ଛୁଟିକୁ ସ୍ଥିର କରାଯାଏ । ତେଣୁ ଯେଉଁ ରାଜ୍ୟ ମାନଙ୍କ ପାଇଁ ଛୁଟି ସ୍ଥିର କରାଯାଇଛି ସେହି ରାଜ୍ୟ ମାନଙ୍କରେ ବ୍ୟାଙ୍କ ସେବା ବନ୍ଦ ରହିବ । ଏଥିସହ ବାକି ରାଜ୍ୟ ମାନଙ୍କରେ କାମ ଜାରି ରହିବ ।

୧.) ୧୦ ଜୁଲାଇ ୨୦୨୧ – ଦ୍ୱିତୀୟ ଶନିବାର
୨.) ୧୧ ଜୁଲାଇ ୨୦୨୧ – ରବିବାର
୩.) ୧୨ ଜୁଲାଇ ୨୦୨୧ – ସୋମବାର – କାଙ୍ଗ (ରାଜସ୍ଥାନ), ରଥଯାତ୍ରା (ଭୁବନେଶ୍ୱର, ଇମ୍ଫାଲ,)
୪.) ୧୩ ଜୁଲାଇ ୨୦୨୧ – ମଙ୍ଗଳବାର – ଭାନୁ ଜୟନ୍ତୀ (ଶହୀଦ ଦିବସ- ଜାମ୍ମୁ କାଶ୍ମୀର, ଭାନୁ ଜୟନ୍ତୀ- ସିକ୍କିମ୍)
୫.) ୧୪ ଜୁଲାଇ ୨୦୨୧ – ଦ୍ରୁକପା ସ୍ତୋଚୀ (ଗ୍ୟାଙ୍ଗଟକ୍)
୬.) ୧୬ ଜୁଲାଇ ୨୦୨୧ – ଗୁରୁବାର – ହରେଲା ପୂଜା (ଡେରାଡୁନ୍)
୭.) ୧୭ ଜୁଲାଇ ୨୦୨୧ – ଖାରଚି ପୂଜା (ଅଗରତାଲା, ଶିଲଙ୍ଗ)
୮.) ୧୮ ଜୁଲାଇ ୨୦୨୧ – ରବିବାର
୯.) ୧୯ ଜୁଲାଇ ୨୦୨୧ – ଗୁରୁ ରିମ୍ପୋଚେଙ୍କ ଥଙ୍ଗକର ସ୍ତୋଚୁ (ଗ୍ୟାଙ୍ଗଟକ)
୧୦.) ୨୦ ଜୁଲାଇ ୨୦୨୧ – ମଙ୍ଗଳବାର – ଇଦ୍ ଅଲ୍ (ଦେଶବ୍ୟାପୀ)
୧୧.) ୨୧ ଜୁଲାଇ ୨୦୨୧ – ବୁଧବାର – ବକ୍ରିଦ୍ (ସମଗ୍ର ଦେଶରେ)

Leave A Reply

Your email address will not be published.