ଭୁବନେଶ୍ବର ଏବଂ ଭଦ୍ରକରେ 48 ଘଣ୍ଟିଆ ସଟଡାଉନ୍

0

ଭୁବନେଶ୍ବର ଏବଂ ଭଦ୍ରକରେ 48 ଘଣ୍ଟିଆ ସଟଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର l ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି l

ମୁଖ୍ୟ ଶାସନ ସଚିବ କହିଛନ୍ତି ସଟଡାଉନ୍ ବେଳେ ଲକ୍ ଡାଉନ୍ ପାଇଁ ଜାରି କରାଯାଇଥିବା ସମସ୍ତ ପାସ୍ ବାତିଲ କରାଯିବ l ଆବଶ୍ୟକୀୟ ସେବା ରେ ଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ପାସ ଦିଆଯିବ l ମାଲ୍ ପରିବହନ ନେଇ କୌଣସି କଟକଣା ରଖାଯିବ ନାହିଁ l ପୋଲିସ ଡିଜିପି କହିଛନ୍ତି ଏହି 48 ଘଣ୍ଟା ଭିତରେ ଅଳ୍ପ ସଂଖ୍ୟକ ଔଷଧ ଦୋକାନକୁ ବାଦ୍ ଦେଲେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବନ୍ଦ ରହିବ l

Leave A Reply

Your email address will not be published.