ଭୁବନେଶ୍ବର ଏବଂ କଟକରେ 650 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

0

ମହାମାରୀ କରୋନା ମୁକାବଲା ପାଇଁ ଓଡିଶା ପ୍ରସ୍ତୁତ ହୋଇସାରିଛି l ସେଥିପାଇଁ କଟକର ଆଶ୍ୱିନ ହସ୍ପିଟାଲ ଏବଂ ଭୁବନେଶ୍ଵରର ଏମ୍ସ ରେ ପ୍ରସ୍ତୁତ କରାଯାଇଛି କୋଭିଡ 19 ହସ୍ପିଟାଲ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି l

ଗୋଟଏ ସପ୍ତାହରେ କିମ୍ସରେ 500 ଶଯ୍ୟା ବିଶିଷ୍ଟ ଏବଂ କଟକ ଅଶ୍ବିନୀ ହସ୍ପିଟାଲରେ 150 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି l ଓଡିଶା ଖଣି ନିଗମ ଏଥିପାଇଁ ଅର୍ଥ ପ୍ରଦାନ କରିଛି l ଏହି ହସ୍ପିଟାଲରେ ସମସ୍ତ କରୋନା ରୋଗୀଙ୍କ ରହିବା, ଖାଇବା, ଚିକିତ୍ସା ମାଗଣା ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ l

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହସ୍ପିଟାଲର ପରିଚାଳନା କମିଟିକୁ ଧନ୍ୟବାଦ ଜଣାଇଛନ୍ତି l ସାମାଜିକ ଦୂରତା, ହସ୍ତ ପ୍ରକ୍ଷାଳନ, ଲକ୍ ଡାଉନ ପାଳନ କରି ଆମେ ଏହି ଲଢେଇ ଜିଣିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l

Leave A Reply

Your email address will not be published.