କେନ୍ଦ୍ର ସ୍ଵାସ୍ଥ୍ଯ ମନ୍ତ୍ରାଳୟର ତାଲିକାରେ ଓଡିଶାର ତିନୋଟି ରେଡ୍ ଜୋନ୍

0

ଦେଶରେ କରୋନା ସ୍ଥିତି କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜୋନ୍ ତାଲିକା ପ୍ରକାଶ ପାଇଛି l ଦେଶରେ କରୋନା ସ୍ଥିତି କୁ ନେଇ ତିନୋଟି ଜୋନ୍ ରେ ସ୍ଥାନ ମାନଙ୍କୁ ବିଭକ୍ତ କରାଯାଇଛି l ସେଗୁଡିକ ହେଲା ରେଡ୍, ଅରେଞ୍ଜ ଏବଂ ଗ୍ରୀନ୍ ଜୋନ୍ l ସମଗ୍ର ଦେଶରେ 130 ଟି ଜିଲ୍ଲାକୁ ରେଡ୍ ଜୋନ୍ ରେ ବିଭକ୍ତ କରାଯାଇଥିବା ବେଳେ 284 ଟି ଜିଲ୍ଲା କୁ ଅରେଞ୍ଜ ଜୋନ୍ ରେ ବିଭକ୍ତ କରାଯାଇଛି l ସେହିପରି ଆଉ 319 ଟି ଜିଲ୍ଲା କୁ ଗ୍ରୀନ୍ ଜୋନ୍ ରେ ବିଭକ୍ତ କରାଯାଇଛି l ତାହା ମଧ୍ୟରୁ ଓଡିଶାର ତିନୋଟି ଜିଲ୍ଲାକୁ ରେଡ୍ ଜୋନ୍ ରେ ସାମିଲ କରାଯାଇଥିବା ବେଳେ 6 ଟି ଜିଲ୍ଲାକୁ ଅରେଞ୍ଜ ଜୋନ୍ ରେ ବିଭକ୍ତ କରାଯାଇଛି l ସେହିପରି ଅବଶିଷ୍ଟ 21 ଟି ଜିଲ୍ଲାକୁ ଗ୍ରୀନ୍ ଜୋନ୍ ରେ ବିଭକ୍ତ କରାଯାଇଛି l ରେଡ୍ ଜୋନ୍ ରେ ସାମିଲ ହୋଇଥିବା ଜିଲ୍ଲା ଗୁଡିକ ହେଲା ଭଦ୍ରକ, ବାଲେଶ୍ଵର ଏବଂ ଯାଜପୁର ସେହିପରି ଅରେଞ୍ଜ ଜୋନ୍ ରେ ସାମିଲ ହୋଇଥିବା ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡା, କୋରାପୁଟ, ଢେଙ୍କାନାଳ ଏବଂ ଅବଶିଷ୍ଟ 21 ଜିଲ୍ଲା କୁ ଗ୍ରୀନ୍ ଜୋନ୍ ହିସାବରେ ସାମିଲ କରାଯାଇଛି l

Leave A Reply

Your email address will not be published.