ଦୁଇଟି ଅଲଗା-ଅଲଗା ଟିକା ଲଗାଇବା ଦ୍ୱାରା ହେଉଛି ଫାଇଦା! ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

0

କରୋନା ଟିକାକୁ ନେଇ ଏବେ ଅନେକ ଦେଶରେ ରିସର୍ଚ୍ଚ ଜାରି ରହିଛି । ଇତି ମଧ୍ୟରେ ଦୁଇଟି ଅଲଗା ଅଲଗା ଟିକା ଲଗାଇବା ଉପରେ ମଧ୍ୟ ରିସର୍ଚ୍ଚ କରାଯାଉଛି । ଗତ ମାସରେ ସଦ୍ୟତମ ରିସର୍ଚ୍ଚରେ କୁହାଯାଇଥିଲା ଯେ, ମିକ୍ସ ଆଣ୍ଟ ମ୍ୟାଚ୍ ଇନୋକ୍ୟୁଲେସନ୍ ଯେଉଁଥିରେ ଆଷ୍ଟ୍ରାଜେନିକା ର ଗୋଟିଏ ଡୋଜ୍ ପରେ ଫାଇଜର୍ ଟିକା ଦିଆଯାଇଥିଲା । ଏହି ଟେଷ୍ଟିଂ ରେ ଜଣାପଡିଥିଲା ଯେ, ଦୁଇ ଡୋଜ୍ ଆଷ୍ଟ୍ରାଜେନିକା ଟିକା ତୁଳନାରେ ଦୁଇଟି ଅଲଗା ଅଲଗା ଟିକାରେ ଅଧିକ ଆଣ୍ଟିବଡି ସୃଷ୍ଟି ହେଉଛି । ତେବେ ଏନେଇ ୟୁକେ, କାନାଡା, ଇଟାଲୀ ଓ ୟୁଏଇ ପରି ଅନେକ ଦେଶରେ ମିକ୍ସ ଆଣ୍ଡ ମ୍ୟାଚ୍ ଇନୋକ୍ୟୁଲେସନ୍ ପ୍ରକ୍ରିୟାକୁ ଅନୁମତି ଦିଆଯାଇଛି ।

ଟିକା ଅଭାବ ଏବଂ ସମ୍ଭାବ୍ୟ ତୃତୀୟ ଲହର ମଧ୍ୟରେ କିଛି ଦେଶରେ ମିକ୍ସ ଆଣ୍ଡ ମ୍ୟାଚ୍ ଇନୋକ୍ୟୁଲେସନ୍ ପ୍ରକ୍ରିୟାକୁ ଅନୁମତି ପ୍ରଦାନ କରାଯାଇଛି । ତେବେ ଏନେଇ ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି ଯେ, ଦୁଇଟି ଅଲଗା ଅଲଗା ଟିକା ପ୍ରୟୋଗ କରିବା ଦ୍ୱାରା ଅଧିକ ଫାଇଦା ମିଳିପାରିବ । ପୂର୍ବରୁ ଅନେକ ରୋଗ ପାଇଁ ଏହି ପ୍ରକ୍ରିୟାକୁ ପ୍ରୟୋଗ କରାଯାଇଛି । ଯେପରି ଇବୋଲା, ରୋଟା ଭାଇରସ୍ ପରି ରୋଗ ପାଇଁ ମିକ୍ସ ଆଣ୍ଡ ମ୍ୟାଚ୍ ପ୍ରକ୍ରିୟାକୁ ପ୍ରୟୋଗ କରାଯାଇଛି । ତେବେ ଇଟାଲୀର ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇଟି ଅଲଗା ଅଲଗା ଟିକା ନେଇଛନ୍ତି । ସେ ଫାଇଜର୍ ଓ ଆଷ୍ଟ୍ରାଜେନିକା ଟିକା ଲଗାଇଛନ୍ତି ।

ଖାଲି ସେ ନୁହନ୍ତି ବରଂ ଜର୍ମାନ୍ ଚାନ୍ସଲର୍ ଏଞ୍ଜେଲା ମର୍କେଲ ମଧ୍ୟ ପ୍ରଥମ ଡୋଜ୍ ରେ ଆଷ୍ଟ୍ରାଜେନିକା ଟିକା ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ରେ ମଡର୍ଣ୍ଣା ଟିକା ନେଇଥିଲେ । କମ୍-ସିଓବି ନାମକ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନରେ କୁହାଯାଇଛି ଯେ, ବୈକାଳ୍ପିକ ଟିକା ରୂପରେ ଫାଇଜର୍ ଟିକା ଦେବାର ୪ ସପ୍ତାହ ପରେ ଆଷ୍ଟ୍ରାଜେନିକା ଟିକା ଦେବା ଦ୍ୱାରା ଅଧିକ ଆଣ୍ଟିବଡି ସୃଷ୍ଟି ହେଉଛି । ଏହା କୋଭିଡ୍ ଭାଇରସ୍ ସ୍ପାଇକ୍ ପ୍ରୋଟିନ୍ ବିରୋଧରେ ଅଧିକ ମାତ୍ରାରେ ଆଣ୍ଡିବଡି ନିର୍ମାଣ କରିପାରୁଛି । ସେହିପରି ଏ କ୍ଷେତ୍ରରେ ୟୁଏସ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ୍ ନିକଟରେ ମିଶ୍ରିତ ବୁଷ୍ଟର୍ ଟିକା ପରୀକ୍ଷଣ ଆରମ୍ଭ କରିଛି । ଅନ୍ୟପଟେ ଋଷରେ ମଧ୍ୟ ସ୍ଫୁଟନିକ୍-ଭି ଓ ଆଷ୍ଟ୍ରାଜେନିକା ଭାକସିନ୍ କୁ ନେଇ ପରୀକ୍ଷଣ କରାଯାଉଛି ।

Leave A Reply

Your email address will not be published.