ଭଦ୍ରକ, ବାଲେଶ୍ଵର, ଯାଜପୁର ଜିଲ୍ଲା ପାଇଁ ତିନି ସଚିବଙ୍କୁ ଦାୟିତ୍ଵ

0

ରାଜ୍ୟରେ ମହାମାରୀ କରୋନା ଭାଇରସ୍ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ରାଜ୍ୟରେ ଭଦ୍ରକ, ବାଲେଶ୍ଵର, ଯାଜପୁର ଜିଲ୍ଲା ମାନଙ୍କରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଙ୍କର ଆଖି ଏବେ ଏହି ତିନି ଜିଲ୍ଲା ଉପରେ l ଏହି ତିନି ଗୋଟି ଜିଲ୍ଲା ମାନଙ୍କରେ କରୋନା ମୁକାବିଲା ଜୋରଦାର୍ କରିବାକୁ ଅଭିଜ୍ଞ ବରିଷ୍ଠ ସଚିବ ମାନଙ୍କୁ ଦାୟିତ୍ଵ ଦିଆଯାଇଛି l ଏହି ବରିଷ୍ଠ, ଅଭିଜ୍ଞ ସଚିବ ମାନେ ଉକ୍ତ ଜିଲ୍ଲା ମାନଙ୍କରେ କରୋନା ମୁକାବିଲା ର ତଦାରଖ କରିବା ସହ ଜିଲ୍ଲା ପ୍ରଶାସନ କୁ ସହାୟତା କରିବେ l ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଭଦ୍ରକ, ବାଲେଶ୍ଵର, ଯାଜପୁର ଜିଲ୍ଲା ପାଇଁ ତିନି ସ୍ତରୀୟ ପ୍ରଶାସନିକ ଅଫିସର ମାନଙ୍କୁ ନିଯୁକ୍ତ କରିଛନ୍ତି l ଯାଜପୁର ଜିଲ୍ଲା ପାଇଁ ରାଜ୍ୟପାଳ ଙ୍କ ସଚିବ ପି କେ ମେହେର୍ଦ୍ଦା, ବାଲେଶ୍ଵର ଜିଲ୍ଲା ପାଇଁ କୃଷି ବିଭାଗର ସ୍ଵତନ୍ତ୍ର ସଚିବ ଏସ୍ କେ ବଶିଷ୍ଠ, ଭଦ୍ରକ ଜିଲ୍ଲା ପାଇଁ ଅବକାରୀ ବିଭାଗ ର ସଚିବ ଏସ୍ କେ ଲୋହାନି ଙ୍କୁ ଦାୟିତ୍ଵ ଦିଆଯାଇଛି l ଏହି ସଚିବ ମାନେ ଉକ୍ତ ଜିଲ୍ଲା ମାନଙ୍କରେ କିପରି ସରକାରଙ୍କର କଟକଣା ଗୁଡିକୁ କଡ଼ାକଡ଼ି ପାଳନ କରାଯିବ, ସାମାଜିକ ଦୂରତା କିପରି ରକ୍ଷା କରାଯିବ ଏବଂ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଲୋକମାନଙ୍କ ପାଖକୁ କିପରି ଖାଦ୍ୟ ସମଗ୍ରୀ ପହଞ୍ଚାଯିବ ସେ ନେଇ ସଚିବ ମାନେ ଜିଲ୍ଲା ପ୍ରଶାସନ କୁ ସାହାଯ୍ୟ କରିବେ ଏବଂ ଜିଲ୍ଲା ସ୍ତରୀୟ ଗସ୍ତ କରି କରୋନା ମୁକାବିଲା ର ତଦାରଖ କରିବେ l

Leave A Reply

Your email address will not be published.