ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 480କୁ ବୃଦ୍ଧି

0

କେନ୍ଦ୍ର ସ୍ଵାସ୍ଥ୍ଯ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ l ଆଜି ସକାଳ 8 ଟା ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 14378 ରେ ପହଁଞ୍ଚିଛି l କରୋନା ଜନିତ ମୃତ୍ୟୁ ସଂଖ୍ୟା 480 ଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ 1991 ଜଣ ସୁସ୍ଥ ହୋଇଛନ୍ତି l ସେହପରି ଭାରତରେ ରାଜ୍ୟ ମାନଙ୍କର ବିଷୟକୁ ବିଚାରକୁ ନେଲେ ମହାରାଷ୍ଟ୍ର ରେ ସର୍ବାଧିକ 3323 ଜଣ ଆକ୍ରାନ୍ତ ହୋଇଛନ୍ତି 331 ଜଣ ସୁସ୍ଥ ହୋଇଥିବା ବେଳେ 201 ଜଣ ଙ୍କ ମୃତ୍ୟୁ ଘଟିଛି l ସେହିପରି ତାମିଲନାଡୁ ରେ 1323 ଜଣ ଆକ୍ରାନ୍ତ ଥିବାବେଳେ 283 ଜଣ ସୁସ୍ଥ ହୋଇଛନ୍ତି l ସେହପରି 15 ଜଣ ଙ୍କ ମୃତ୍ୟୁ ଘଟିଛି l ରାଜସ୍ଥାନ ରେ 1229 ଜଣ ଆକ୍ରାନ୍ତ ହୋଇଥିବା ବେଳେ 183 ଜଣ ସୁସ୍ଥ ହୋଇଛନ୍ତି l

ସେହପରି ମୃତ୍ୟୁ ସଂଖ୍ୟା 11 ଜଣ ରହିଛି l ମଧ୍ୟ ପ୍ରଦେଶର 69 ଜଣ ପ୍ରାଣ ହରାଇଥିବା ବେଳେ 1310 ଜଣ ଆକ୍ରାନ୍ତ ହୋଇଛନ୍ତି l ଆକ୍ରାନ୍ତ ଙ୍କ ମଧ୍ୟରୁ 69 ଜଣ ସୁସ୍ଥ ହୋଇଛନ୍ତି l ଉତ୍ତର ପ୍ରଦେଶ ରେ 82 ଜଣ ସୁସ୍ଥ ହୋଇଥିବା ବେଳେ 894 ଜଣ ଆକ୍ରାନ୍ତ ହୋଇଛନ୍ତି l ସେହପରି 14 ଜଣ ପ୍ରାଣ ହରାଇଛନ୍ତି l କର୍ଣାଟକ ରେ 13 ଜଣ ପ୍ରାଣ ହରାଇଛନ୍ତି l 358 ଜଣ ଆକ୍ରାନ୍ତ ହୋଇଛନ୍ତି l ସେହପରି ସୁସ୍ଥ ଙ୍କ ସଂଖ୍ୟା 89 ରେ ରହିଛି l ଭାରତରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢିଚାଲିଛି l କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ସହ ମୃତକଙ୍କ ସଂଖ୍ଯା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଏଥିପାଇଁ ଭାରତ ସରକାର ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି l ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଇରସ୍ ର ଭୟାବାହ କୁ ଦୃଷ୍ଟିରେ ରଖି ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ସମୟ ସୀମା କୁ ବଢାଇଛନ୍ତି l

Leave A Reply

Your email address will not be published.