ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, AIIMSରେ ହେବ ଅଗ୍ନିଶମ ସେବା କେନ୍ଦ୍ର

0

ଭୁବନେଶ୍ୱର AIIMS ପରିସରରେ ହେବ ଅଗ୍ନିଶମ ସେବା କେନ୍ଦ୍ର । ଏହି ଅଗ୍ନିଶମ ସେବା କେନ୍ଦ୍ର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କେନ୍ଦ୍ରରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ୧୦ ଜଣ କର୍ମଚାରୀ ରହିବେ । ଏଥିପାଇଁ ୧୦ଟି ନୂଆ ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର ।

ତେବେ AIIMSରେ ଅଗ୍ନି ନିରାପତ୍ତାକୁ ସୁଦୃଢ଼ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏସିବି ମେଡିକାଲ କଲେଜ, ଏମକେସିଜେ ମେଡିକାଲ କଲେଜ ବ୍ରହ୍ମପୁର ଓ ଭିମସାର ବୁର୍ଲାରେ ଗୋଟିଏ ଗୋଟିଏ ଅଗ୍ନିଶମ ସେବା କେନ୍ଦ୍ର ରହିଛି । ସାରା ରାଜ୍ୟରେ ବର୍ତ୍ତମାନ ୩୩୮ଟି ଅଗ୍ନିଶମ ସେବା କେନ୍ଦ୍ର ବିପଦ ସମୟରେ ଲୋକଙ୍କୁ ସହାୟତ ଯୋଗାଉଛି ।

Leave A Reply

Your email address will not be published.