Bigg Boss OTT ହୋଷ୍ଟ କରିବେ କରଣ ଜୋହର

0

ଏଥର voot ରେ କରଣ ଜୋହର Bigg Boss OTT ହୋଷ୍ଟ କରିବେ | ବୁଧବାର (21.07.20121) voot ରେ ଆସୁଥିବା Bigg Boss OTT ର ନିର୍ମାତା ସଲମାନ ଖାନ ଏହାର ଟିଜର ରିଲିଜ କରିଥିଲେ। ବର୍ତ୍ତମାନ ପ୍ରକାଶ ପାଇଛି ଯେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର voot ରେ Bigg Boss ରିଆଲିଟି ସୋ’ର ସଂସ୍କରଣ ହୋଷ୍ଟ କରିବେ। ଏହା ପୂର୍ବରୁ ବିଗ୍ ବସ୍ 13 ର wiener ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ୍ ଗିଲ୍ ଏହି ସୋ ହୋଷ୍ଟ କରିବେ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଶେଷର ସ୍ତିର ହେଲା ଯେ voot ରେ Bigg Boss OTT କରଣ ଜୋହର ଏବଂ TV ରେ ସଲମାନ ଖାନ ହୋଷ୍ଟ କରିବେ | ଏକ ନ୍ୟୁଜ୍ ଏଜେନ୍ସି ସହ କଥାବାର୍ତ୍ତା ରେ କରଣ ଜୋହର କହିଛନ୍ତି ଯେ, ସେ ଏବଂ ତାଙ୍କ ମା ଶୋ’ର ବହୁତ ବଡ଼ ପ୍ରଶଂସକ ଅଟନ୍ତି ଏବଂ ଗୋଟିଏ ଦିନ ପାଇଁ ଏହାକୁ ଦେଖିବା ବନ୍ଦ କରି ନାହାନ୍ତି | ଯେବେଠୁଁ ସ୍ତିର ହେଲା ଯେ Bigg Boss OTT ହୋଷ୍ଟ ମୁଁ କରିବି , ମୋ ମା ବହୁତ ଖୁସି ଏବଂ ମୋ ମା’ଙ୍କ ସ୍ୱପ୍ନ ସାକାର ହୋଇଛି ବୋଲି କରଣ ଜୋହର କହିଛନ୍ତି| କରଣ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଶୋ ଅଧିକ ସମ୍ବେଦନଶୀଳ ଏବଂ ନାଟକୀୟ ହେବ ହେବ ବୋଲି ମୋର ଆଶା | ପ୍ରତିଯୋଗୀମାନଙ୍କ ସହିତ ୱିକେଣ୍ଡ୍ କା ବାର ନିଜସ୍ୱ style ରେ ପରିଵେର୍ଶନ କରିବି ବୋଲି ମୋର ଆଶା |

6 ସପ୍ତାହ ପର୍ଯ୍ୟନ୍ତ କରଣ ଜୋହର Bigg Boss OTT କୁ ହୋଷ୍ଟ କରିବେ, ଯାହାର ପ୍ରିମିୟର୍ ଅଗଷ୍ଟ 8 ରେ voot ରେ ହେବ | ତା ପରେ ଶୋ ଟି TV ରେ ପରିବେର୍ଷଣ ହେବ ଏବଂ ସଲମାନ ଖାନ Bigg Boss-15 ରିଆଲିଟି ସୋ କୁ ଆଗକୁ ପରିଚାଳନା କରିବେ |

Leave A Reply

Your email address will not be published.