ଇଞ୍ଜେକସନ ଦେବା ନାଁରେ ବ୍ଲାକ ଫଙ୍ଗସ୍‌ ରୋଗୀଙ୍କ ଆକାଉଣ୍ଟରୁ ୪୮ ହଜାର ଗାଏବ

0

ଅନଲାଇନ୍‌ ଲୁଟେରାଙ୍କ ଜାଲରେ ପଡ଼ିଲେ ବ୍ଲାକ ଫଙ୍ଗସ୍‌ ରୋଗୀ । ଅନଲାଇନ୍‌ରେ ଇଂଜେକ୍ସନ କିଣିବାକୁ ଯାଇ ଖାଲି ହୋଇଗଲା ଆକାଉଣ୍ଟା। ଆକାଉଣ୍ଟରୁ ୪୮ ହଜାର ଟଙ୍କା ଗାଏବ ହୋଇଗଲା ହେଲେ ମିଳିଲାନି ଇଞ୍ଜେକସନ।  ଗତକାଲି ଆକାଉଣ୍ଟରୁ ୬୦ ହଜାର ଗାଏବ ହୋଇଥିବା ନେଇ ଜଣେ ଶିକ୍ଷୟିତ୍ରୀ ଅଭିଯୋଗ କରିବା ପରେ ଏପରି ଅଭିଯୋଗ ଆଣିଛନ୍ତି ଜଣେ ରୋଗୀଙ୍କ ସମ୍ପର୍କୀୟ। ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଏପରି ଠକାମୀର ଶିକାର ହୋଇଛନ୍ତି ।

ସୂଚନା ଅନୁଯାୟୀ, ଜଗତସିଂହପୁର ଅଂଚଳର ଅଜୟ ଭୂୟାଁ ନାମକ ବ୍ୟକ୍ତି ବ୍ଲାକ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ଲାଗି ଆବଶ୍ୟକ ହେଉଥିବା ଏକ ଇଂଜେକ୍ସନ୍ ଖୋଜିଖୋଜି ପାଇ ନ ଥିଲେ ରୋଗୀଙ୍କ ସମ୍ପର୍କୀୟ।  ଶେଷରେ ଏହା ଅନଲାଇନ୍‌ରେ ମିଳୁଥିବା କହି  ଏକ ମୋବାଇଲ୍ ଲିଙ୍କ୍ ପଠାଇଥିଲେ ଏମ୍ସର ଜଣେ ନର୍ସ ।

Leave A Reply

Your email address will not be published.