ଅଫିସରେ ଯୋଗଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

0

ଆଜି ନିଜ ଅଫିସ୍ ରେ କାର୍ଯ୍ୟ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ l ସେ କିଛି ଦିନ ପୂର୍ବେ ମାରାତ୍ମକ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ହୋଇ ଚିକିସତ୍ିତ ହେଉଥିଲେ l ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ କାର୍ଯ୍ୟ ରେ ପୁନଃ ଯୋଗ ଦେଇଛନ୍ତି l ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଏପ୍ରିଲ ମାସ ପ୍ରଥମ ସପ୍ତାହ ରେ ମହାମାରୀ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ହୋଇ ଚିକିସତ୍ିତ ହେଉଥିଲେ l ପ୍ରଧାନମନ୍ତ୍ରୀ ବୋରିସ ସର୍ବ ପ୍ରଥମେ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ ରେ ରହି ଚିକିସତ୍ିତ ହେଉଥିଲେ l

କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ତା ରେ କୌଣସି ପରିବର୍ତ୍ତନ ନ ଆସିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ସେ ଭେଣ୍ଟିଲେଟର ରେ ଭର୍ତି ହୋଇ କେତେକ ଡାକ୍ତରଙ୍କ ତତ୍ତ୍ଵାବଧାନରେ ଚିକିସତ୍ିତ ହେଉଥିଲେ l ସେଠାରେ ତାଙ୍କ ସ୍ଵାସ୍ଥ୍ଯ ଅବସ୍ଥା ରେ ପରିବର୍ତ୍ତନ ଆସିବାରୁ ତାଙ୍କୁ ଗତ ଏପ୍ରିଲ 12 ତାରିଖ ଦିନ ଡିସଚାର୍ଜ କରାଯାଇଥିଲା l ଘରେ ବୋରିସ ଜନସନ୍ ଦୁଇ ସପ୍ତାହ ପାଇଁ ଏକୁଟିଆ ରହିଥିଲେ l ସେଠାରେ ତାଙ୍କର କରୋନା ପରୀକ୍ଷା କରଯାଇଥିଲା ଏବଂ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା l ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ପରାମର୍ଶ କ୍ରମେ ଆଜି କାର୍ଯ୍ୟାଳୟ ରେ ପହଁଚି କାର୍ଯ୍ୟରେ ଯୋଗ ଦେଇଛନ୍ତି l

Leave A Reply

Your email address will not be published.