ହାଇଦ୍ରାବାଦରୁ 40 ଓଡ଼ିଆ ଶ୍ରମିକଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗସ୍ତ

0

ପୁଣି ଓଡିଆ ଶ୍ରମିକ ଫେରୁଥିବା ବସ୍ ଦୁର୍ଘଟଣାଗସ୍ତ ହୋଇଛି l ହାଇଦ୍ରାବାଦ ରୁ 40 ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣା ଗସ୍ତ ହୋଇଛି l ଏହି ଦୁର୍ଘଟଣା ରେ ବସ ଡ୍ରାଇଭର ଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇଜଣ ପ୍ରବାସୀ ଓଡିଆ ଶ୍ରମିକ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି l ଉକ୍ତ ବସ ଟି ସୁଦୂର ହାଇଦ୍ରାବାଦ ରୁ ଓଡ଼ିଶାର ବାଙ୍କୀ ଅଭିମୁଖେ ଯାତ୍ରା କରୁଥିଲା l ସେହି ବସ୍ ରେ 40 ଜଣ ପ୍ରବାସୀ ଓଡିଆ ଶ୍ରମିକ ମାନେ ଥିଲେ l ଏହି ବସ୍ ଟି ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ନିକଟସ୍ଥ 16 ନମ୍ବର ଜାତୀୟ ରାଜପଥ ଉପରେ ଦୁର୍ଘଟଣା ଗସ୍ତ ହୋଇଛି l ବସ୍ ଟି କୁହୁଡ଼ି ନିକଟସ୍ଥ 16 ନମ୍ବର ଜାତୀୟ ରାଜପଥ ଉପରେ ଥୁଆ ହୋଇଥିବା ଏକ ଆମ୍ଭ ବୋଝେଇ ଟ୍ରକ୍ କୁ ଧକ୍କା ଦେଇଥିଲା ଫଳରେ ବସ୍ ର ସାମ୍ନା ଭାଗ ଭାଙ୍ଗି ଯାଇଛି l ଘଟଣା ସ୍ଥଳରେ ଡ୍ରାଇଭର ର ମୃତ୍ଯୁ ଘଟିଥିବା ବେଳେ ଦୁଇଜଣ ପ୍ରବାସୀ ଓଡିଆ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି l ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ ପହଁଚି ସମସ୍ତ ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲା l ଆହାତ ଦୁଇଜଣ ଙ୍କୁ ହସ୍ପିଟାଲ ଭର୍ତି କରାଯିବା ସହ ଅନ୍ୟମାନଙ୍କୁ ଆଉ ଏକ ବସ୍ ରେ ଯିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ତା କରାଯାଇଛି l

Leave A Reply

Your email address will not be published.