ରାଜ୍ୟ ସରକାରଙ୍କ ତରଫରୁ କରୋନା ପାଇଁ କେଉଁ କେଉଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ?

0

୦୭.୦୩.୨୦୨୦ ( ଓଡିଆ ନ୍ୟୁଜ ବ୍ୟୁରୋ):  ପଞ୍ଚାୟତଗୁଡିକ ଗାଁକୁ ସ୍ୱଚ୍ଛ ରଖିବେ । ସହରାଞ୍ଚଳରେ ବି ସ୍ୱଚ୍ଛତା ଅବଲମ୍ବନ କରାଯିବ । SHG ହାତ ଧୋଇବା, ସ୍ୱଚ୍ଛତା ଉପରେ ସଚେତନ କରିବେ ।ବସ୍‌ ଗୁଡିକ ସବୁ ଦିନ ସାନିଟାଇଜ କରାଯିବ । ସବୁ ଘରୋଇ ହସ୍ପିଟାଲରେ ଆଇସୋଲେସନ୍‌ ଓ୍ଵାର୍ଡ ଖୋଲାଯିବ । ହୋମ୍‌ ଆଇସୋଲେସନ୍‌ରେ ଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯିବ । ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ କମିବ । ସବୁ ସରକାରୀ ଅଫିସ୍‌ରେ ବାୟୋମେଟ୍ରିକ୍‌ ଉପସ୍ଥାନ କୋହଳହେବ । ସବୁ ଦିନ ମୁଖ୍ୟ ସଚିବ ସ୍ଥିତିର ସମୀକ୍ଷା କରିବେ । ରାଜ୍ୟର ସ୍ଥିତି ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । ସେହିପରି ଜିଲ୍ଲାପାଳମାନେ ସବୁ ଦିନ ଜିଲ୍ଲାର ସ୍ଥିତି ସମୀକ୍ଷା କରିବେ । ସ୍ୱାସ୍ଥ୍ୟ ବିଭାଗ ବହୁ ସଂଖ୍ୟାରେ ମାସ୍କ ମହଜୁଦ ରଖିବାକୁ କୁହାଯାଇଛି ।୯ ମାସ ପାଇଁ ଦରକାରୀ ଔଷଧ ମଧ୍ୟ ମହଜୁଦ ରହିବ ।ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ କମିବ l ଆହାର କେନ୍ଦ୍ରରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ ।

Leave A Reply

Your email address will not be published.