ଟିକା ନେଇନାହାନ୍ତି ହେଲେ ଆସିଗଲାଣି ସାର୍ଟିଫିକେଟ, ଲେଖା ଅଛି “ଆପଣ ସଫଳତାର ସହ ଟିକା ନେଇଛନ୍ତି”

0

ଟିକା ମିଳି ନାହିଁ ହେଲେ ମିଳିଗଲା ଭାକ୍ସିନେସନ ସାର୍ଟିଫିକେଟ୍‌ । ଭୋପାଳରୁ ଆସିଥିବା ଏହି ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ସେମାନେ ଟିକା ନେବାକୁ ସ୍ଲଟ ବୁକିଂ କରିଥିଲେ । କିଛି ଦିନ ପରେ ଟିକା କେନ୍ଦ୍ରକୁ ଯାଇ ଭ୍ୟାକ୍ସିିିନ ନେଇଥାନ୍ତେ । ହେଲେ ଟିକା ନେବା ଆଗରୁ ହିଁ ଆସିଯାଇଛି ଭାକ୍ସିନେସନ ମ୍ୟାସେଜ୍‌ ।

ଯେଉଁଠି ଲେଖା ଅଛି ଆପଣ ସଫଳତାର ସହ ଟିକା ନେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏ ପ୍ରକାର ଅଭିଯୋଗ ଆସିବା ପରେ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଘଟଣାଟି ତଦନ୍ତ ସାପେକ୍ଷ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.