ଆଜି ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା

0

ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସମୀକ୍ଷା କରିବେ । ତେବେ ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ସାମିଲ ହେବେ ବୋଲି ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ଗତ କିଛିଦିନ ହେଲା ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ଉପରେ ରହୁଥିବା ବେେଳେ ଗତ ଦୁଇ ହେଲା ୨ ହଜାରେ ତଳେ ରହୁଥିବା ଦେଖାଯାଉଛି । ସେହିପରି ଦୈନିକ ମୃତ୍ୟୁସଂଖ୍ୟା ଅଧିକାଂଶ ସମୟରେ ୬୦ ଉପରେ ରହୁଥିବା ଦେଖାଯାଉଛି । ଦେଶକୁ ତୃତୀୟ ଲହର ଆସିଗଲାଣି ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କରୋନା ସଚେତନତା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କିଛି ପରାମର୍ଶ ଦେଇପାରନ୍ତି ବୋଲି ଆଶା କରାଯାଉଛି । ତେବେ ରାଜ୍ୟରେ ଆସନ୍ତା ଅଗଷ୍ଟ ମାସ ୧ ତାରିଖ ପର୍ଯ୍ୟନ୍ତ ଆଂଶିକ ଲକଡାଉନ ଜାରି କରାଯାଇଥିବାରୁ ଉକ୍ତ କଟକଣା ଅବଧି ସମାପ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବେଶ ଗୁରୁତ୍ୱ ବହନ କରୁଛି ବୋଲି କୁହାଯାଉଛି ।

Leave A Reply

Your email address will not be published.