କରୋନା ରୋକିବେ ପଞ୍ଚାୟତ ମୁଖିଆ

0

ମହାମାରୀ କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଗ୍ରାମପଞ୍ଚାୟତର ସରପଞ୍ଚ ମାନଙ୍କୁ କ୍ଷମତା ଦେଇଛନ୍ତି l ଏନେଇ ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି l ଏହି ଭିଡିଓ କନଫରେନ୍ସ ମାଧ୍ୟମରେ କରୋନା କିପରି ଗ୍ରାମାଞ୍ଚଳରେ ପ୍ରବେଶ ନକରିବ ସେନେଇ ଶପଥପାଠ କରିଛନ୍ତି l ଗ୍ରାମାଞ୍ଚଳ କୁ ବାହାର ରାଜ୍ୟରୁ ଆସୁଥିବା ଲୋକ ମାନଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ସଙ୍ଗରୋଧ ରେ ରଖିବା, ସେମାନଙ୍କର ଖାଇବା, ପିଇବା ଏବଂ ଚିକିତ୍ସା ର ଉଚିତ୍ ବ୍ୟବସ୍ଥା କରିବାକୁ ଶପଥ ନେଇଛନ୍ତି l କରୋନା ମୁକାବିଲା କରିବା ପାଇଁ ଦିଆଯାଇଥିବା ଦାୟିତ୍ଵ କୁ ସଠିକ ରୂପେ ପାଳନ କରିବାକୁ ଶପଥ ନେଇଛନ୍ତି l ତୃଣମୂଳ ସ୍ତରରୁ କରୋନା ମୁକାବିଲା କରିବା ପାଇଁ ସରପଞ୍ଚ, ୱାର୍ଡମେମ୍ବର ଏବଂ ଆଶାକର୍ମୀ ମାନଙ୍କୁ ଦାୟିତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ l କରୋନା ମୁକାବିଲା ପାଇଁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି l

Leave A Reply

Your email address will not be published.