ବୟସ୍କଙ୍କୁ ଟିକା ବ୍ୟବସ୍ଥା ନେଇ କ’ଣ କହିଲେ ସିଏମସି କମିଶନର ଅନନ୍ୟା

0

ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ କୋଭିଡ ସଂକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ସେ କହିଛନ୍ତିୀ ଯେ, ‘କଟକ ସହରରେ ଦୈନିକ କୋରୋନା ସଂକ୍ରମଣ କମୁଛି । ମାର୍ଚ୍ଚ ୧୫ରୁ ସଂକ୍ରମଣ ବଢ଼ିଥିଲା କିନ୍ତୁ ମେ’ ୧୫ରୁ କମୁଛି । ସହରରେ ୩.୫ ଲକ୍ଷ ଡୋଜ ଟିକା ଦିଆଗଲାଣି । ସହରରେ ବରିଷ୍ଠ ନାଗରିକଙ୍କୁ ଟିକାକରଣ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି । ୧.୫ ଲକ୍ଷ ଡୋଜ ୧୮ରୁ ୪୪ ବର୍ଷ ବୟସ୍କ ନେଇଛନ୍ତି ।

ଘରୁ ଟିକାକରଣ କେନ୍ଦ୍ରକୁ ଆସିବାକୁ ଅକ୍ଷମ ଥିବା ଲୋକଙ୍କୁ ସୁବିଧାରେ ଟିକା ଯୋଗାଇଦିଆଯିବ । ଟିକାକରଣ ପାଇଁ ପିକ୍ଅପ୍ ଡ୍ରପ ସେବା ଆରମ୍ଭ ହୋଇଛି । ୯୭୭୭୦୬୭୨୯୭ ନମ୍ବରରେ ଫୋନ କଲେ ଘରେ ଗାଡି ପହଞ୍ଚିଯିବ । ଗାଡି ପହଞ୍ଚି ବୟସ୍କଙ୍କୁ କେନ୍ଦ୍ରରେ ଟିକାେ ଦେଇ ପୁଣି ଘରେ ଆଣି ଛାଡିବ । ଆବଶ୍ୟକତା ଅନୁସାରେ ଶଯ୍ୟା ମହଜୁଦ ଅଛି । କଟକ ସହରବାସୀ କୋଭିଡ ନିୟମ ମାନୁଛନ୍ତି ବୋଲି ଅନନ୍ୟା କହିଛନ୍ତି ।

Leave A Reply

Your email address will not be published.