Match Fixing ପାଇଁ ପ୍ରବର୍ତ୍ତାଇ ଥିଲେ କୋଚ୍

0

ଭାରତୀୟ ଟେବଲ ଟେନିସ ଷ୍ଟାର ମନିକା ବାତ୍ରା ଜାତୀୟ ଦଳ କୋଚଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଟୋକିଓରେ ଇତିହାସ ରଚିଥିବା ମନିକା ଗୁରୁବାର ଏହି ଅଭିଯୋଗ ଆଣିଛନ୍ତି।କୋଚ୍ ସୌମ୍ୟଦୀପ ରୟଙ୍କ ବିରୋଧରେ ମନିକା ଏଭଳି ଅଭିଯୋଗ ଆଣିଥିବା ବେଳେ ସୋମ୍ୟଙ୍କୁ ଜାତୀୟ କ୍ୟାମ୍ପରେ ଯୋଗ ନ ଦେବାକୁ ନିର୍ଦ୍ଦେଶ ଦିଅ ଯାଇଛି।

ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ସମୟରେ ସୌମ୍ୟ ଦୀପ ତାଙ୍କୁ ମ୍ୟାଚ୍ ଫିକ୍ସ କରିବାକୁ କହିଥିଲେ ବୋଲି ମାନୀକା କହିଛନ୍ତି। ଏପରିକି ମ୍ୟାଚର ୨୦ ମିନିଟ ପୂର୍ବରୁ ତାଙ୍କୁ ଏମିତି କୁହ ଯାଇଥିବା ନେଇ ମନିକା ଅଭିଯୋଗ ଆଣିଛନ୍ତି। ମାର୍ଚ୍ଚ ୨୦୨୧ରେ ଦୋହାରେ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଖେଳାଯାଉଥିଲା।ଏହି ଅଭିଯୋଗ ପରେ ଉଭୟଙ୍କ ଠାରୁ ଉତ୍ତର ଜାଣିବାକୁ ଚାହିଛି ttfi। ସୌମ୍ୟ ଦୀପଙ୍କୁ ଜାତୀୟ କ୍ୟାମ୍ପରୁ ଦୂରେଇ ରଖା ଯାଇଥିଲା ବେଳେ ମନିକାଙ୍କୁ ଅଂଶଗ୍ରହଣର ସୁଯୋଗ ଦିଅ ଯାଇଛି।

Leave A Reply

Your email address will not be published.