୭ ତାରିଖରୁ ରାଜ୍ୟବ୍ୟାପି ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

0

ତୈଳଦର ବୃଦ୍ଧିକୁ ନେଇ ରାଜ୍ୟବ୍ୟାପି ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ କରିବ କଂଗ୍ରେସ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୯ ତାରିଖରେ ଜିଲ୍ଲାସ୍ତରରେ ଓ ୧୪ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ଆନ୍ଦୋଳନ କରାଯିବ । ଆଉ ୭ ତାରିଖରେ ପ୍ରତି ବ୍ଲକ୍ ସମ୍ମୁଖରେ ଦରବୃଦ୍ଧିକୁ ନେଇ ପ୍ରତିବାଦ କରାଯିବ । ଏଥିସହିତ ପ୍ରତି ପେଟ୍ରୋଲ୍ ପମ୍ପ ସାମନାରେ ଦସ୍ତଖତ ଅଭିଯାନ କରାଯିବ । ଏଥିସହିତ ୧୫ ତାରିଖରେ ଲୋକମାନଙ୍କୁ ତେଳ ନ କିଣିବାକୁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ମିଶ୍ର । ଏନେଇ ଆଜି କଂଗ୍ରେସ ପକ୍ଷରୁ ପ୍ରେସମିଟ୍ କରାଯାଇ ଘୋଷଣା କରାଯାଇଛି ।

ସେହିପରି କୋଭିଡ୍ ମୃତ୍ୟୁକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ନିନ୍ଦା କରିଛି କଂଗ୍ରେସ । ଏଣୁ ଜୁଲାଇ ୭ ତାରିଖରେ ପ୍ରତି ଘର ବୁଲି ବୁଲି କୋଭିଡ୍ କୋଭିଡ୍ ମୃତ୍ୟୁ ତଥ୍ୟ କରିବେ କଂଗ୍ରେସ କର୍ମୀ । ଏହାକୁ ନେଇ ଏଆଇସିସି ନିକଟରେ ଦାଖଲ କରିବେ ବୋଲି କହିଛନ୍ତି ପିସିସି ସଭାପତି ।

Leave A Reply

Your email address will not be published.