ଗଞ୍ଜାମ ଦାୟିତ୍ଵ ରେ ଦୁଇ ବରିଷ୍ଠ ଅଧିକାରୀ

0

ଗଞ୍ଜାମ ରେ କରୋନା ମୁକାବିଲା କରିବା ପାଇଁ ଦୁଇ ବରିଷ୍ଠ ଅଧିକାରୀ ଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି l ଗଞ୍ଜାମ ଜିଲ୍ଲାରେ 4 କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଙ୍କ ତରଫରୁ ଏଭଳି ନିଷ୍ପତି ନିଆଯାଇଛି l ଗଞ୍ଜାମ ଜିଲ୍ଲା କୁ ବହୁ ସଂଖ୍ୟକ ପ୍ରବାସୀ ଓଡିଆ ଫେରୁଛନ୍ତି l ତେଣୁ କରୋନା ସଂକ୍ରମଣ କୁ ଆଖି ଆଗରେ ରଖି ରାଜ୍ୟ ସରକାର ଙ୍କ ତରଫରୁ ଏଭଳି ନିଷ୍ପତି ନିଆଯାଇଛି l ଗତକାଲି ସୁଦ୍ଧା ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଜିଲ୍ଲାରେ କରୋନା ନିୟନ୍ତ୍ରଣ କରିବା ସହ ସମୀକ୍ଷା କରିବା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ଦୁଇ ବରିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ଵ ଦିଆଯାଇଛି l ଜିଲ୍ଲାରେ ଦୁଇ ବରିଷ୍ଠ ଅଧିକାରୀ କରୋନା ସ୍ଥିତି ସମୀକ୍ଷା କରିବା ସହ ଜିଲ୍ଲା ପ୍ରଶାସନ କୁ ସାହାଯ୍ୟ ସହଯୋଗ କରିବେ l ଗଞ୍ଜମ୍ ଜିଲ୍ଲା ଦାୟିତ୍ଵ ରେ ଥିବା ଦୁଇ ବରିଷ୍ଠ ଅଧିକାରୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ନିର୍ଦ୍ଦେଶକ ବୀଜୟ ପାଣିଗ୍ରାହୀ ଏବଂ ଆରଏମଆରସି ର ବୈଜ୍ଞାନିକ ଜୟସିଂହ କ୍ଷେତ୍ରୀ ଏହି ଦୁଇ ଜଣ ଜିଲ୍ଲା ରେ କରୋନା ସମୀକ୍ଷା କରିବେ l

Leave A Reply

Your email address will not be published.