ଭାରତରେ କରୋନା ମୃତୁ ସଂଖ୍ୟା ୩କୁ ବୃଦ୍ଧି

0

୧୭.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):   କରୋନା ଆକ୍ରାନ୍ତରେ ଆଜି ଆଉ ଜଣଙ୍କ ଜୀବନ ଯାଇଛି ଫଳରେ ମୃତକଙ୍କ ସଂଖ୍ୟା ୩ ରେ ପଂହଁଚିଛି I ସର୍ବପ୍ରଥମେ କର୍ଣ୍ଣାଟକାରେ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ସେ ସାଉଦି ଅରବିରୁ ଫେରିଥିଲେ ତାଙ୍କ ଦେହରେ କରୋନା ଭୁତାଣୁ ଥିବା ଜଣାପଡିବାପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ଦ୍ଵିତୀୟରେ ଦିଲ୍ଲୀରେ ୬୯ ବର୍ଷୀୟ ବୃଦ୍ଧା ଜଣଙ୍କ କରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିଲା l ସେ ନିକଟରେ ଜାପାନ, ଇଟାଲୀ ଓ ଜେନେଭା ଗସ୍ତ କରିଥିଲେ l ସେଠାରୁ ଫେରିବାପରେ କରୋନା ସଂକ୍ରମଣ ଜଣାପଡିବାପରେ ଦିଲ୍ଲୀର ଆରଏମ୍ଏଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ଘଟିଥିଲା l

ଆଜି ଆଉ ଜଣେ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ମୃତ୍ୟୁ ବାରଣ କରିଛନ୍ତି l ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା l ମାର୍ଚ୍ଚ ୧୭ ସୁଦ୍ଧା ମୋଟ ୧୨୫ ଜଣଙ୍କଠାରେ କରୋନା ଭୂତାଣୁ ପଜିଟିଭ୍‌ ରହିଥିବା ଚିହ୍ନଟ କରାଯାଇ ସାରିଛି। ଏମଧ୍ୟରୁ କେବଳ ମହାରାଷ୍ଟ୍ରରେ ୩୯ ଜଣ ଥିବାବେଳେ ୩ ଜଣ ବିଦେଶୀଙ୍କଠାରେ କରୋନା ଚିହ୍ନଟ କରାଯାଇଛି।

 

Leave A Reply

Your email address will not be published.