କରୋନା ମୁକାବିଲା ପାଇଁ ତିନୋଟି ଜୋନରେ ବିଭକ୍ତ ହେବ ଦେଶ

0

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର 21 ଦିନିଆ ଲକ୍ ଡାଉନ୍ ଘୋଷଣା କରିଥିଲେ l କରୋନା ଭୟାବହକୁ ଲକ୍ଷ କରି ଏହି ଲକ୍ ଡାଉନ୍ ଅବଧି ଗୁଡିକୁ ଆହୁରି ବଢେଇବା ପାଇଁ ନିବେଦନ କରିଛନ୍ତି ରାଜ୍ୟ ସରକାର l କେନ୍ଦ୍ର ସରକାର ମଧ୍ୟ ଲକ୍ ଡାଉନ୍ ବଢିବା ନେଇ ସ୍ପଷ୍ଟ ସୂଚନା ଦେଇସାରିଛନ୍ତି l ତେବେ କରୋନା ମୁକାବିଲା ପାଇଁ ଅନ୍ୟ ଏକ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର l କେଉଁ ସ୍ଥାନରେ କରୋନା ସ୍ଥିତି କଣ ରହିଛି ତାହା ନେଇ ତିନୋଟି ଜୋନ୍ ରେ ବିଭକ୍ତ କରାଯିବ l ରେଡ୍, ଅରେଞ୍ଜ ଏବଂ ଗ୍ରୀନ୍ ଜୋନ୍ ରେ ବିଭକ୍ତ ହେବ l

ଯେଉଁ ସ୍ଥାନ ଗୁଡିକ ହଟ ସ୍ପଟ ଘୋଷଣା କରାଯାଇଥିବ ସେହି ଭଳି ଅଞ୍ଚଳ ଗୁଡିକୁ ରେଡ୍ ଜୋନ୍ ରେ ବିଭକ୍ତ କରାଯିବ l ଯେଉଁ ଅଞ୍ଚଳ ଗୁଡିକରେ ମାତ୍ରାଧିକ ସଂକ୍ରମଣ ହେଇନଥିବେ ସେହି ଅଞ୍ଚଳ ଗୁଡିକୁ ଅରେଞ୍ଜ ଜୋନ୍ ରେ ବିଭକ୍ତ କରାଯିବ l ଯେଉଁ ଅଞ୍ଚଳ ଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣ ରେ ଥିବ ସେହି ଅଞ୍ଚଳ ଗୁଡିକୁ ଗ୍ରୀନ୍ ଜୋନ୍ ରେ ବିଭକ୍ତ କରାଯିବ l ରେଡ୍ ଜୋନରେ କୌଣସି କାଯ୍ୟ ପାଇଁ ଅନୁମତି ମିଳିବ ନାହିଁ l ସମସ୍ତ କାଯ୍ୟ ପାଇଁ କଟକଣା ଲାଗୁ ହେବ l ଅରେଞ୍ଜ ଜୋନରେ ଖୁବ କମ ଗାଡି ଚଳାଚଳ ପାଇଁ ଅନୁମତି ମିଳିବ l ଏବଂ ଚାଷ କାର୍ଯ୍ୟ ପାଇଁ ମଧ୍ୟ ଅନୁମତି ମିଳିବ l କେତେକ କାର୍ଯ୍ୟ ପାଇଁ କଟକଣା ଲାଗୁ କରାଯାଇ ପାରେ l ଗ୍ରୀନ୍ ଜୋନ୍ ରେ ଆଦୌ ସଂକ୍ରମଣ ନ ଥିବ ତେଣୁ ସେଠାରେ ବିଶେଷ କିଛି କଟକଣା ଲାଗୁ ହେବ ନାହିଁ l କିନ୍ତୁ କେତେକ କାମ ପାଇଁ ଆଂଶିକ କଟକଣା ଲାଗୁ କରାଯିବ l

Leave A Reply

Your email address will not be published.