କରୋନା ଯୋଦ୍ଧା ଗାଇବେ ଓଡ଼ିଶାର ଗୀତ: ବନ୍ଦେ ଉତ୍କଳ ଜନନୀ, ପୁରା ଗୀତ ଆଜି ହିଁ ଜାଣି ନିଅନ୍ତୁ…

0

ସେ ଜାଣିଥିଲେ ଓଡ଼ିଆ କଥା । ସେ ବୁଝିଥିଲେ ପ୍ରତିଟି ଓଡ଼ିଆ ମନର ବେଦନା । ସେ ଚାହିଁଥିଲେ ସେତେବେଳର ଉତ୍କଳ ଆଜିର ଓଡ଼ିଶା ହେଉ ବୋଲି । ସେଥିପାଇଁ ତେ ସେ ଲେଖିଥିଲେ…

ବନ୍ଦେ ଉତ୍କଳଜନନୀ, ଚାରୁ-ହାସମୟୀ ଚାରୁ-ଭାଷମୟୀ, ଜନନୀ, ଜନନୀ, ଜନନୀ॥
ପୂତ-ପୟୋଧି-ବିଧୌତ ଶରୀରା, ତାଳ-ତମାଳ ସୁଶୋଭିତ ତୀରା, ଶୁଭ୍ର-ତଟିନୀ-କୂଳ ଶୀକର-ସମୀରା, ଜନନୀ, ଜନନୀ, ଜନନୀ॥
ଘନ-ଘନ-ବନଭୂମି ରାଜିତ ଅଙ୍ଗେ, ନୀଳ-ଭୂଧର-ମାଳା ସାଜି ତରଙ୍ଗେ, କଳକଳ-ମୁଖରିତ ଚାରୁ-ବିହଙ୍ଗେ, ଜନନୀ, ଜନନୀ, ଜନନୀ ।।

ସ୍ୱାଧିନତା ଆନ୍ଦୋଳନ ବେଳେ ସାଧାରଣ ଜନତାଙ୍କୁ ଏକ ମନ ଏକ ପ୍ରାଣରେ ଯୋଡ଼ି ରଖିବା ପାଇଁ ଆନ୍ଦୋଳନରେ ଯୋଗଦାନ ପାଇଁ ପ୍ରବର୍ତ୍ତେଇବା ପାଇଁ ଏବଂ ସେମାନଙ୍କୁ ଜାତୀୟତା ପ୍ରତି ଆକର୍ଷଣ କରିବା ପାଇଁ କାନ୍ତକବି ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର ନିଜର କଲମର ସାହାଯ୍ୟ ନେଇଥିଲେ ।

ଗଳ୍ପ, ଉପନ୍ୟାସ, ନାଟକ ଓ କବିତାମାନ ରଚନା କରି ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ବଢ଼ାଇବାରେ ଲାଗି ପଡ଼ିଲେ । କାନ୍ତକବିଙ୍କ ରଚିତ ଦେଶାତ୍ମ‌ବୋଧ କବିତା ମାନ ଲୋକମାନଙ୍କୁ ଏକଜୁଟ କରିବାରେ ସାହାଯ୍ୟ କଲା । ସେଥିପାଇଁ ସାଧାରଣ ଜନତାଙ୍କୁ ଇଂରେଜମାନଙ୍କ ବିରୋଧରେ ଲଢ଼ିବାକୁ ଏବଂ ସ୍ୱାଧୀନତା ପ୍ରାପ୍ତ କରିବାକୁ ସେ କବିତାକୁ ନିଜର ଅସ୍ତ୍ର ଭାବରେ ବ୍ୟବ‌ହାର କଲେ ।

ସେ ଆଗକୁ ଯାଇ ଆହୁରି ଲେଖନ୍ତି ଯେ….ସୁନ୍ଦରଶାଳୀ ସୁଶୋଭିତ କ୍ଷେତ୍ରା, ଜ୍ଞାନ-ବିଜ୍ଞାନ ପ୍ରଦର୍ଶିତ ନେତ୍ରା, ଯୋଗୀ ଋଷିଗଣ ଊଟଜ ପବିତ୍ରା, ଜନନୀ, ଜନନୀ, ଜନନୀ॥
ସୁନ୍ଦର ମନ୍ଦିର ମଣ୍ଡିତ ଦେଶା, ଚାରୁକଳାବଳୀ ଶୋଭିତ ବେଶା, ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶାଜନନୀ, ଜନନୀ, ଜନନୀ॥
ଉତ୍କଳ-ସୁରବର-ଦର୍ପିତ-ଗେହେ, ଅରିକୁଳ-ଶୋଣିତ-ଚର୍ଚ୍ଚିତ ଦେହେ, ବିଶ୍ୱଭୁମଣ୍ଡଳ-କୃତବରସ୍ନେହେ, ଜନନୀ, ଜନନୀ, ଜନନୀ॥
କବିକୁଳ ମୌଳି-ସୁନନ୍ଦନ-ବନ୍ଦ୍ୟେ, ଭୁବନ-ବିଘୋଷିତ-କୀର୍ତ୍ତିଅନିନ୍ଦ୍ୟେ, ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ, ଜନନୀ, ଜନନୀ, ଜନନୀ॥

ଲକ୍ଷ୍ମୀକାନ୍ତଙ୍କର କବିତାଗୁଡ଼ିକ ଛୋଟ ହୋଇଥିଲେ ମଧ୍ୟ ଦେଶାତ୍ମ‌ବୋଧ ବଢ଼ାଇବାରେ ଶକ୍ତିଶାଳୀ ଥିଲା । ଓଡ଼ିଆ ଜାତି ମଧ୍ୟରେ ନିକୃଷ୍ଟତାକୁ ଦୂର କରି ଦୃଢ଼ ଆତ୍ମ‌ବିଶ୍ୱାସ ଜଗାଇବା ଏହି କବିତା ଗୁଡ଼ିକ ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଓଡ଼ିଆମାନଙ୍କର ହଜିଯାଇଥିବା ଖ୍ୟାତି ଏବଂ ପୁରାତନ ପରମ୍ପରାକୁ ଫେରି ପାଇବା ତ‌ଥା ମାତୃଭୂମି ଏବଂ ମାତୄଭାଷା ପ୍ରତି ପ୍ରେମ ଓ ଭକ୍ତି ଜାଗ୍ରତ କରିବା ଏହି କବିତା ମାନଙ୍କର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା । ମାତୃଭୂମିର ସେବା କରିବା ପାଇଁ ଦୁଇଟି ମୁଖ୍ୟ ଅସ୍ତ୍ର ହେଉଛି ତ୍ୟାଗ ଏବଂ ସମର୍ପଣ ଭାବ ।

ଏହି କଥା ସେ ନିଜର ୧୧ ନଂ କବିତା ମାଧ୍ୟମରେ ଲୋକଙ୍କ ପାଖରେ ପ‌ହଞ୍ଚାଇଥିଲେ । ମାତୃଭୂମି ପାଇଁ କିଛି କରିବା ପାଇଁ ହୃଦୟରୁ ଆପେ ଆପେ ଦେଶପ୍ରେମ ଜାଗ୍ରତ ହେଲା । ତାଙ୍କର ଆର୍ଯ୍ୟବାହିନୀ କବିତାରେ ଏହିଭଳି ଦେଶପ୍ରେମ ଲେଖା ରହିଛି, ଯାହାକି ଓଡ଼ିଶାର ଆତ୍ମଶକ୍ତିକୁ ପ୍ରତିଫଳିତ କରିଥିଲା ।

ଆଉ ଏବେ ପୁଣି ଥରେ କାନ୍ତକବିକୁ ସ୍ମରଣ କରି ତାଙ୍କ କବିତାର ଧାଡ଼ିକୁ ମନେ ପକାଇ ଓଡ଼ିଶାକୁ ଶକ୍ତିଶାଳୀ କରିବା ଓଡ଼ିଆଙ୍କୁ ଏକଜୁଟ୍ କରି ଏହି ମହାମାରୀ ବିରୋଧରେ ଲଢ଼େଇ କରି ବିଜୟୀ ହେବାକୁ ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ତ ଆସନ୍ତା ଶନିବାର ସଧ୍ୟା ସାଢ଼େ 5ଟାରେ ସବୁ ଓଡ଼ିଆ ଯିଏ ଯେଉଁଠି ଥାଉ ନା କାହିଁକି ଏକ ମନ ଏକ ପ୍ରାଣ ହୋଇ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଅନୁରୋଧ କରିଛନ୍ତି ଅପିଲ କରିଛନ୍ତି ।

Leave A Reply

Your email address will not be published.