କରୋନା ଭାଇରସ୍ ପାଇଁ ସଙ୍କଟରେ ଅଟୋମୋବାଇଲ ଶିଳ୍ପ

0

କରୋନା ଭାଇରସ୍ ଯୋଗୁଁ ଅଟୋମୋବାଇଲ ଶିଳ୍ପ ସଂକଟ ରେ ପଡ଼ିଯାଇଛି l ମହାମାରୀ କରୋନା ଭାଇରସ୍ ପାଇଁ ଦେଶରେ ସୃଷ୍ଟି ହୋଇଥିବା ଲକ୍ ଡାଉନ୍ ପରିସ୍ଥିତି ଯୋଗୁଁ ଅଟୋମୋବାଇଲ ଶିଳ୍ପ ଏବେ ସଙ୍କଟରେ ଗତି କରୁଛି l ଏହି ଶିଳ୍ପ ଗତ 20 ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଖରାପ ସମୟ ଦେଇ ଗତି କରୁଛି ବୋଲି କୁହାଯାଉଛି l ଏହି ଲକ୍ ଡାଉନ୍ ସମୟରେ ଅଟୋମୋବାଇଲ ଶିଳ୍ପ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଥିବା ବେଳେ ଲକ୍ ଡାଉନ୍ ର ଅବଧି ବଢିବା ପରେ ସମସ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି l

ଭାରତୀୟ ଅଟୋମୋବାଇଲ ଶିଳ୍ପ ସଂଗଠନ ର ପ୍ରକାଶିତ ତଥ୍ୟ ଅନୁସାରେ ସାରା ଦେଶରେ ଅଟୋମୋବାଇଲ ବିକ୍ରି ପୂର୍ବ ବର୍ଷ ଅପେକ୍ଷା ପ୍ରାୟ 45 % ହ୍ରାସ ପାଇଛି l ଅଟୋମୋବାଇଲ ବିକ୍ରି 2019 ମାର୍ଚ୍ଚ ସୁଦ୍ଧା 19 ଲକ୍ଷ 8 ହଜାର ଥିବାବେଳେ 2020 ମାର୍ଚ୍ଚ ରେ 10 ଲକ୍ଷ 50 ହଜାର 367 ରେ ପହଁଞ୍ଚିଛି l ଦେଶରେ ବାଣିଜ୍ୟିକ ଯାନ ର ବିକ୍ରି 81% ହ୍ରାସ ପାଇଥିବା ବେଳେ ତିନି ଚକିଆ ଯାନ 58 % ଏବଂ ଦୁଇ ଚକିଆ ଯାନ 40 % ହ୍ରାସ ପାଇଛି l ଗତ ମାର୍ଚ୍ଚ ମାସ ସୁଦ୍ଧା ଯାତ୍ରୀବାହି ଯାନ ବିକ୍ରି 51% ହ୍ରାସ ପାଇ 1 ଲକ୍ଷ 43 ହଜାର ୟୁନିଟରେ ପହଁଞ୍ଚିଛି l

Leave A Reply

Your email address will not be published.