ଭାରତରେ ବୃଦ୍ଧି ଘଟିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0

କେନ୍ଦ୍ର ସ୍ଵାସ୍ଥ୍ଯ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟଙ୍କ ସୂଚନା ମୁତାବକ ଆଜି ସକାଳ 9 ସୁଦ୍ଧା ସାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1965 ରେ ପହଁଞ୍ଚିଛି l ସେହିପରି ମୃତ୍ୟୁ ସଂଖ୍ୟା 50 ଥିବାବେଳେ 150 ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି l

ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ 335 ଥିବାବେଳେ କେରଳରେ 265, ସେହିପରି ଦିଲ୍ଲୀରେ 152 ଏବଂ ଉତ୍ତରପ୍ରଦେଶ ରେ 113 ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି l ମହାରାଷ୍ଟ୍ରରେ ସର୍ବାଧିକ 13 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁଜୁରାଟ ରେ 6 ଏବଂ ମଧ୍ୟପ୍ରଦେଶ ରେ 6 ଜଣ ବ୍ୟକ୍ତି ଙ୍କ ମୃତ୍ଯ ଘଟିଛି l

ଲାଦାଖ୍, ପଞ୍ଜାବ ର ସହିଦ୍ ଭଗତ ସିଂହ ନଗର, ଦିଲ୍ଲୀର ଦିଲସନ ଗାର୍ଡେନ ଓ ନିଜାମୁଦ୍ଦୀନ, ରାଜସ୍ଥାନ ର ଭିଲୱାରl, ମହାରାଷ୍ଟ୍ରର ପୁନେ, ମୁମ୍ବାଇ, କେରଳର କାସାରାଗଡ ଓ ପତନମତିଟଟ ଅଞ୍ଚଳକୁ ସରକାର ହଟସ୍ପଟ ଭାବେ ଘୋଷଣା କରିଛନ୍ତି l

Leave A Reply

Your email address will not be published.