ଭାରତକୁ 6.5 ଲକ୍ଷ ମେଡିକାଲ କିଟ୍ ପଠାଇଲା ଚୀନ

0

ଭାରତକୁ 6.5 ଲକ୍ଷ ମେଡିକାଲ କିଟ୍ ପଠାଇଛି ଚୀନ l କରୋନା ଭାଇରସ୍ ର ଉତ୍ପତ୍ତି ସ୍ଥଳି ଚୀନ ତାହାର ବାଣିଜ୍ଯ କାରବାର ଆରମ୍ଭ କରିଛି l ଦୀର୍ଘ ଦୁଇ ମାସ ରୁ ଉର୍ଦ୍ଧ୍ବ ସମୟ କଠିନ ପରିଶ୍ରମ କରିବା ପରେ ଚୀନ ର କାରଖାନା ଗୁଡିକ କାର୍ଯ୍ୟକ୍ଷମ ହୋଇଛି l ଏଭଳି ସମୟରେ ବିଶ୍ୱ ବଜାରକୁ ମେଡିକାଲ କିଟ୍ ପଠାଇ ତାହାର ବ୍ୟବସାୟ ଆରମ୍ଭ କରିଛି ଚୀନ l

ଭାରତ କୁ 6.5 ଲକ୍ଷ ମେଡିକାଲ କିଟ୍ ପଠାଇବା ନେଇ ସ୍ପଷ୍ଟିକରଣ ଦେଇଛନ୍ତି ଚୀନ ରେ ଅବସ୍ଥାପିତ ଭାରତ ର ରାଷ୍ଟ୍ର ଦୂତ ବିକ୍ରମ ମିସରି l ବିକ୍ରମ ମିସରି ଟୁଇଟ କରି ଲେଖିଛନ୍ତି ଯେ ରେପିଡ ଆଣ୍ଟିବଡ଼ି ଟେଷ୍ଟସ୍ ଏବଂ ଆର ଏନ୍ ଏ ଏକଷ୍ଟ୍ରାକ୍ସନ କିଟ୍ ସମେତ ସମୁଦାୟ 6.5 ଲକ୍ଷ ମେଡିକାଲ କିଟ୍ ଗୁଆଙ୍ଗଝୌ ବିମାନ ବନ୍ଦର ରୁ ଭାରତକୁ ପଠାଯାଇଛି l ମଙ୍ଗଳ ବାର ଦିନ ସେ କହିଥିଲେ ଯେ ଭାରତରେ କୋଭିଡ 19 ରୋଗୀ ମାନଙ୍କର ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ପାଇଁ 15 ନିୟୁତ ବ୍ୟକ୍ତିଗତ ସୁରକ୍ଷା ପରିଧାନ ଏବଂ 3 ନିୟୁତ ଟେଷ୍ଟିଙ୍ଗ କିଟ୍ ପାଇଁ ବରାଦ ଦିଆଯାଇଛି l

Leave A Reply

Your email address will not be published.