ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10,000କୁ ବୃଦ୍ଧି

0

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଜି ସକାଳ 8 ଟା ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10363 ଥିବାବେଳେ 339 ଜଣ ମୃତ୍ୟୁ ବରଣ କରିଛନ୍ତି l ଏହାରି ଭିତରେ 1035 ଜଣ ସୁସ୍ଥ ହୋଇଛନ୍ତି l

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ର ତଥ୍ୟ ଅନୁସାରେ ମହାରାଷ୍ଟ୍ର ରାଜ୍ୟରେ ସର୍ବାଧିକ 2334 ଜଣ କରୋନା ଆକ୍ରାନ୍ତ ଥିବାବେଳେ ରାଜସ୍ଥାନରେ 873 ଜଣ, ଦିଲ୍ଲୀରେ 1570, ତାମିଲନାଡ଼ୁରେ 1173, ଗୁଜୁରାଟ ରେ 539, ଆନ୍ଧ୍ର ପ୍ରଦେଶ ରେ 432, ଉତ୍ତରପ୍ରଦେଶ ରେ 558, ତେଲେଙ୍ଗା ରେ 562 ଜଣ ଆକ୍ରାନ୍ତ ହୋଇଛନ୍ତି l ସେହପରି ମହାରାଷ୍ଟ୍ରରେ ସର୍ବାଧିକ 160 ଜଣ ମୃତ୍ୟୁ ବରଣ କରିଥିବା ବେଳେ ଦିଲ୍ଲୀରେ 28 ଜଣ, ପଞ୍ଜାବରେ 11,ତେଲେଙ୍ଗାନା ରେ 15 ଆନ୍ଧ୍ର ପ୍ରଦେଶ ରେ 7 ମଧ୍ୟ ପ୍ରଦେଶରେ 43 ଜଣ ମୃତ୍ୟୁ ବରଣ କରିଛନ୍ତି l ମହାରାଷ୍ଟ୍ରରେ 217 ଜଣ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ କେରଳରେ 198, ତେଲେଙ୍ଗାନା ରେ 100, ବିହାରରେ 26, ଗୁଜୁରାଟରେ 54, ମଧ୍ୟ ପ୍ରଦେଶରେ 44,ଉତ୍ତରପ୍ରଦେଶ ରେ 49 ଏବଂ ପଶ୍ଚିମବଙ୍ଗ ରେ 36 ଜଣ ସୁସ୍ଥ ହୋଇଛନ୍ତି l

Leave A Reply

Your email address will not be published.