ବିଦେଶରୁ ଓଡିଶାକୁ ଫେରୁଥିବା / ଫେରିଥିବା ବ୍ୟକ୍ତି ମାନଙ୍କ ପାଇଁ ସୂଚନା

0

୧୮.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):

⇒ ମାର୍ଚ୍ଚ 4 ତାରିଖ ବା ତା’ପରଠାରୁ ବିଦେଶରୁ ଓଡିଶା କୁ ଆସୁଥିବା ବ୍ୟକ୍ତି ମାନଙ୍କ ପାଇଁ ରେଜିଷ୍ଟ୍ରେସନ ବାଧ୍ୟତା ମୂଳକ କରାଯାଇଛି l
⇒ 104 helpline କିମ୍ବା online portal https:// covid19.odisha.gov.in ରେ ରେଜିଷ୍ଟ୍ରେସନ କରିପାରିବେ l
⇒ ବିଦେଶରୁ ଆସୁଥିବା ସବୁ ବ୍ୟକ୍ତି ପଂହଁଚିବାର 24 ଘଣ୍ଟା ମଧ୍ୟରେ ସେମାନଙ୍କ ଟେଲିଫୋନ ନମ୍ବର ସହିତ ସମସ୍ତ ଆବଶ୍ୟକୀୟ ସୂଚନା ଦେଇ ରେଜିଷ୍ଟ୍ରେସନ କରିବା ଆବଶ୍ୟକ
⇒ ପରିବାର ବନ୍ଧୁ ମାନେ ମଧ୍ୟ ବିଦେଶ ଗ୍ରସ୍ତରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ରେଜିଷ୍ଟ୍ରେସନ କରିପାରିବେ l
⇒ ଓଡିଶା ଆସିବା ପରିବାରୁ ଆଗୁଆ ଏହି ରେଜିଷ୍ଟ୍ରେସନ ମଧ୍ୟ କରାଯାଇ ପାରିବ l
⇒ 2020 ଏପ୍ରିଲ 15 ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଜାରି ରହିବ l

ପୃଥକ ବାସ

ବିଦେଶରୁ ଓଡିଶାକୁ ଫେରିଥିବା ସମସ୍ତ ବ୍ୟକ୍ତି ନିଜ ଘରେ 14 ଦିନ ପର୍ଯ୍ୟନ୍ତ ଅଲଗା ରହିବାକୁ ଅନୁରୋଧ କରାଯାଇଛି l କାହା ସହିତ ମିଳାମିଶା ନ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି l ସଂକ୍ରମଣ ରୋକିବା ପାଇଁ ପୃଥକବସରେ ରହୁଥିବା ରହୁଥିବା ବିଦେଶାଗତ ବ୍ୟକ୍ତି ମାନଙ୍କ ପାଇଁ 15 ହଜାର ଟଙ୍କା ର ପ୍ରୋତ୍ସାହନ ରାଶି ସହ ମାଗଣା ଡାକ୍ତରୀ ପରାମର୍ଶ ଯୋଗାଇଦିଆଯିବ l ଏହି କ୍ଷେତ୍ରରେ ଯଦି କୌଣସି ବିଦେଶ∣ଗସ୍ତ ବ୍ୟକ୍ତି ସହଯୋଗ ନକଲେ ଭାରତୀୟ ପିଙ୍ଗଳା କୋଟ ଏବଂ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଦଣ୍ଡିତ ହେବେ I

Leave A Reply

Your email address will not be published.