କୋରୋନା କାୟା ରେ ମୁଖ୍ଯମନ୍ତ୍ରୀ

Story by Bibhu Sankar Dash

0

ଦେଶରେ କୋରୋନା ସଙ୍କଟ ଦିନ କୁ ଦିନ ନିଜର କାୟା ବିସ୍ତାର କରି ଚାଲିଛି। ଦେଶରେ ପ୍ରତିଦିନ ଏହି ମହାମାରୀ ନିଜର ଭୟଙ୍କର ରୂପ ଦେଖେଇ ସଂକ୍ରମଣ ସଂଖ୍ୟା ବଢେଇଚାଲିଛି। ବର୍ତ୍ତମାନ ଏହି ଅଦୃଶ୍ୟ ଶତ୍ରୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ମଧ୍ୟପ୍ରଦେଶ ର ମୁଖ୍ୟମନ୍ତ୍ରୀ ଶିବ୍-ରାଜ୍ ସିଂ ଚୌହାନ। ସେ ନିଜର ଟୁଇଟର ହ୍ୟାନ୍ଦେଲ୍ ମାଧ୍ଯମରେ ଏହାର ସୂଚନା ଦେଇଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଲକ୍ଷଣ ଦେଖାଯାଇଥିବାରୁ ପରବର୍ତ୍ତୀ ସମୟରେ ନିଜର ପରୀକ୍ଷା କରାଇଥିଲେ ଏବଂ କୋରୋନା ପଜେଟିଭ୍ ବୋଲି ଜାଣିବାକୁ ପାଇଥିଲେ। ତାଙ୍କ ସଂସ୍ପର୍ଶ ରେ ଆସିଥିବା ସମସ୍ତ ବ୍ୟକ୍ତି ନିଜର ପରୀକ୍ଷା କରି ହୋମ କ୍ୱାରେନଟାଇନ୍ ରେ ରହିବାକୁ ସେ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.