ଜାଣନ୍ତୁ ଭାରତରେ କରୋନା ସ୍ଥିତି କଣ ରହିଛି ?

0

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭାରତରେ କରୋନା ସ୍ଥିତିକୁ ନେଇ ସୂଚନା ଦିଆଯାଇଛି l ଭାରତରେ ଏପ୍ରିଲ 3 ତାରିଖ ସକାଳ 9 ଟା ସୁଦ୍ଧା 2031 ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ 56 ଜଣ ଙ୍କ ମୃତ୍ୟୁ ଘଟିଛି l ଏବଂ 156 ଜଣ ସୁସ୍ଥ ହୋଇଛନ୍ତି l

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ମହାରାଷ୍ଟ୍ରରେ 335 ଜଣ ଆକ୍ରାନ୍ତ ହୋଇଥିବା ବେଳେ କେରଳରେ 286 ଜଣ ସେହିପରି ତାମିଲନାଡୁ ରେ 309 ଜଣ ଆକ୍ରାନ୍ତ ବ୍ୟକ୍ତି ଅଛନ୍ତି l ରାଜସ୍ଥାନ ରେ 133 ଜଣ ଏବଂ ଉତ୍ତରପ୍ରଦେଶ ରେ 113 ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି l ସେହପରି ମହାରାଷ୍ଟ୍ର ରେ 16 ଜଣ ସର୍ବାଧିକ ପ୍ରାଣ ହରାଇଥିବାବେଳେ ପଞ୍ଜାବରେ 4,ଗୁଜୁରାଟ ରେ 7,ପଶ୍ଚିମ ବଙ୍ଗ ରେ 3, ତେଲେଙ୍ଗାନା ରେ 3 ଜଣ ପ୍ରାଣ ହରାଇଛନ୍ତି l ଦେଶରେ ଅଧିକ କରୋନା ଆକ୍ରାନ୍ତ ହୋଇଥିବା 9 ଟି ଅଞ୍ଚଳକୁ ସରକାର ହଟସ୍ପଟ ଘୋଷଣା କରିଛନ୍ତି l

Leave A Reply

Your email address will not be published.