ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1981କୁ ବୃଦ୍ଧି

0

୦୯.୦୫.୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ) :ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି l କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ମୁତାବକ ଆଜି ସକାଳ ସୁଦ୍ଧା ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 59662 ରେ ପହଁଞ୍ଚିଛି l ସେହିପରି ମୃତକଙ୍କ ସଂଖ୍ୟା 1981 କୁ ବୃଦ୍ଧି ଘଟିଥିବା ବେଳେ ସୁସ୍ଥ ଙ୍କ ସଂଖ୍ୟା 17846 କୁ ବୃଦ୍ଧି ପାଇଛି l ସେପଟେ ଦେଶର ମହାରାଷ୍ଟ୍ର ରାଜ୍ୟ ରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ର ରାଜ୍ୟରେ ସର୍ବାଧିକ ରହିଛି l ମହାରାଷ୍ଟ୍ର ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 19063 ଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତି ଙ୍କ ସଂଖ୍ୟା 3470 ରହିଛି ଏବଂ ମୃତକଙ୍କ ସଂଖ୍ଯା 731 ରହିଛି l ସେହିପରି ଗୁଜୁରାଟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 7402 ରହିଛି l ସେହିପରି ସୁସ୍ଥ ଙ୍କ ସଂଖ୍ୟା 1872 ରହିଛି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା 449 ରହିଛି l ରାଜଧାନୀ ଦିଲ୍ଲୀରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 6318 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 68 ରହିଛି l ସେହିପରି ସୁସ୍ଥ ଙ୍କ ସଂଖ୍ୟା 2020 ରହିଛି l

Leave A Reply

Your email address will not be published.