ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

0

୦୮.୦୫.୨୦୨୦(ଓଡ଼ିଆ ନ୍ୟୁଜ ବ୍ୟୁରୋ) :ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ବିଭାଗ ର ସୂଚନା ମୁତାବକ ଆଜି ସକାଳ ସୁଦ୍ଧା ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 56342 ରେ ପହଁଚି ଥିବା ବେଳେ ସେଥିମଧ୍ୟରୁ 16539 ଜଣ ସୁସ୍ଥ ହୋଇଛନ୍ତି l ଦେଶରେ କରୋନା ଜନିତ ମୃତକଙ୍କ ସଂଖ୍ଯା 1886 ରହିଛି l ସେହିପରି ଦେଶରେ ମହାରାଷ୍ଟ୍ର ରାଜ୍ୟ ରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି l ମହାରାଷ୍ଟ୍ର ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 17974 ରହିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା 694 ରହିଛି l ସେହିପରି ସୁସ୍ଥ ଙ୍କ ସଂଖ୍ୟା 3301 ରହିଛି l ସେହିପରି ଗୁଜୁରାଟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା 7012 ରହିଛି l ଗୁଜୁରାଟ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 425 ରହିଛି ଏବଂ ସୁସ୍ଥ ଙ୍କ ସଂଖ୍ୟା 1709 ରହିଛି l ସେହିପରି ରାଜଧାନୀ ଦିଲ୍ଲୀରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 5980 ଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତି ଙ୍କ ସଂଖ୍ୟା 1931 ରହିଛି ଏବଂ ମୃତକଙ୍କ ସଂଖ୍ଯା 66 ରହିଛି l

Leave A Reply

Your email address will not be published.