ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 287କୁ ବୃଦ୍ଧି

0

୦୯.୦୫.୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ) :ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ଆଜି ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 287 କୁ ବୃଦ୍ଧି ପାଇଛି l ଆଜି 17 କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ପ୍ରଥମେ 14 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପରେ 3 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ l 17 କରୋନା ଆକ୍ରାନ୍ତ ଙ୍କ ମଧ୍ୟରୁ 12 ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ତିନିଜଣ ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣା ଯାଇଛି l ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଗଞ୍ଜାମ ରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 83 ରେ ପହଁଞ୍ଚି ଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ରେ ଆକ୍ରାନ୍ତଙ୍କ ସଂଖ୍ୟା 7 କୁ ବୃଦ୍ଧି ପାଇଛି l ସେପଟେ ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 287 କୁ ବୃଦ୍ଧି ପାଇଛି l 287 ଙ୍କ ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି l ଦୁଇଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି l 219 ସକ୍ରିୟ ଆକ୍ରାନ୍ତ ଚିକିସତ୍ିତ ହେଉଛନ୍ତି l 

Leave A Reply

Your email address will not be published.