ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 46 ହଜାରକୁ ବୃଦ୍ଧି

0

ଦେଶରେ ଦିନକୁ ଦିନ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ବିଶ୍ୱରେ ମହାମାରୀ କରୋନା ଭାଇରସ୍ ର ଭୟାବହ କୁ ନଜରରେ ରଖି କେନ୍ଦ୍ର ସରକାର ଙ୍କ ତରଫରୁ ଦେଶରେ ଲକ ଡାଉନ୍ ଘୋଷଣା କରଯାଇଥିଲା l ଏହି ଲକ୍ ଡାଉନ୍ କୁ କେନ୍ଦ୍ର ସରକାର ଦେଶରେ ତୃତୀୟ ଥର ପାଇଁ ପରିବର୍ଦ୍ଧିତ କରିଥିଲେ l ଦେଶରେ ଲକ୍ ଡାଉନ୍ ଘୋଷଣା ହେବା ପରେ ମଧ୍ୟ ଆଜି ସୁଦ୍ଧା କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 46 ହଜାର ଅତିକ୍ରମ କରିଛି l କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଜି ସକାଳ ସୁଦ୍ଧା ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 46 ହଜାର ଅତିକ୍ରମ କରିଛି l ଫଳରେ ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 46433 ରେ ପହଁଚି ଥିବା ବେଳେ ସେଥିମଧ୍ୟରୁ 12726 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 1568 ଜଣ ଙ୍କ ମୃତ୍ୟୁ ଘଟିଛି l ସେହିପରି ଦେଶର ମହାରାଷ୍ଟ୍ର ରାଜ୍ଯରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ମହାରାଷ୍ଟ୍ର ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 14541 ଥିବା ବେଳେ ମୃତକଙ୍କ ସଂଖ୍ଯା 583 ରହିଛି ଏବଂ ସୁସ୍ଥ ଙ୍କ ସଂଖ୍ୟା 2465 ରହିଛି l

Leave A Reply

Your email address will not be published.