ନଅଟି ଯାକ ନମୁନା ଆସିଲା ନେଗେଟିଭ

0

୨୧.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) :  କରୋନା ମୁକାବିଲାରେ ରାଜ୍ୟକୁ କିଛିଟା ଆସ୍ୱସ୍ଥି ମିଳିଛି l କରୋନା ପାଇଁ ଯାଇଥିବା ନଅଟି ନମୁନା ମଧ୍ୟରୁ ନଅଟି ରିପୋର୍ଟ ନେଗେଟିଭ ଆସିଛି ।   ଯାହା ରାଜ୍ୟ ସରକାରଙ୍କୁ ଆସ୍ୱସ୍ଥି ଦେଇଛି l ଗତକାଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି 24 ଘଣ୍ଟିଆ କରୋନା ସମ୍ପର୍କିତ ଖବର ଦେବାକୁଯାଇ କହିଥିଲେ ୬୬ଟି ନମୂନାରୁ ୬୦ ନେଗେଟିଭ, ୨ ପଜିଟିଭ ଆଉ ୪ଟି ରିପୋର୍ଟ ଆସିନଥିବା ସୂଚନା ଦେଇଥିଲେ ।
ସେପଟେ ରାଜ୍ୟ ସରକାର କରୋନା ମୁକାବିଲା କରିବାକୁ ସମ୍ପୂର୍ଣ ତୟାର I କରୋନା କବଳରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଆପଣେଇଛନ୍ତି l ସମସ୍ତ ସ୍କୁଲ ,କଲେଜ , କୋଚିଙ୍ଗ ସେଣ୍ଟର ଆଦି ବନ୍ଦ ଉପରେ କଟକଣା ଲଗାଇବାସହ ସାମାଜିକ ,ସାଂସ୍କୃତିକ ମହୋତ୍ସବ ବିଭିନ୍ନ ସଭାସମିତି ଉପରେ କଟକଣା ଲଗାଇଦିଆଯାଇଛି l
କଫି ସପ, ବାର ,ହଷ୍ଟେଲ , କ୍ୟାଣ୍ଟିନ ଉପରେ ମଧ୍ୟ କଟକଣା ଲଗାଯାଇଛି ,ସେହିପରି ବିଦେଶଗସ୍ତ ଲୋକଙ୍କ ପାଇଁ 104 କିମ୍ବା ସରକାରୀ ପୋର୍ଟାଲରେ ରେଜିଷ୍ଟ୍ରସନ କରିବାକୁ ବାଧ୍ୟତାମୂଳକ କରାଯାଇଛି I 7 ଜଣ ଏକାଠି ନହେବାକୁ ସରକାର ଅନୁରୋଧ କରିବା ସହ ସରକାରି କର୍ମଚାରୀ ମାନଙ୍କୁ ଜ୍ୱର ,ଥଣ୍ଡା କିମ୍ବା କାଶ ହେଲେ 14 ଦିନ ଛୁଟିର ମହଲତ ଦିଆଯିବାର ଘୋଷଣା କରାଯାଇଛି l

Leave A Reply

Your email address will not be published.