ଦେଶରେ 50 ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0

୦୭.୦୫.୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ) : ଦିନ କୁ ଦିନ ଭାରତରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ଦେଶରେ ମହାମାରୀ କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ କେନ୍ଦ୍ରସରକାର ଲକ୍ ଡାଉନ୍ ଅବଧି କୁ ତୃତୀୟ ଥର ପାଇଁ ପରିବର୍ଦ୍ଧିତ କରିଥିଲେ l କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ମୁତାବକ ଆଜି ସକାଳ ସୁଦ୍ଧା ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 50 ହଜାର ବୃଦ୍ଧି ପାଇଛି l ଅର୍ଥାତ୍ ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 52952 ଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତି ଙ୍କ ସଂଖ୍ୟା 15266 ଏବଂ ମୃତକଙ୍କ ସଂଖ୍ଯା 1783 ରହିଛି l ସେହିପରି ଦେଶର ମହାରାଷ୍ଟ୍ର ରାଜ୍ଯରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ମହାରାଷ୍ଟ୍ର ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 16758 ରହିଛି l ମହାରାଷ୍ଟ୍ର ରାଜ୍ୟରେ କରୋନା ଜନିତ ମୃତକଙ୍କ ସଂଖ୍ଯା 651 ରହିଛି ଏବଂ 3094 ଜଣ ସୁସ୍ଥ ହୋଇଛନ୍ତି l

Leave A Reply

Your email address will not be published.