ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 245କୁ ବୃଦ୍ଧି l

0

୦୮.୦୫.୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ) :ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 245 ରେ ପହଁଞ୍ଚିଛି l ଆଜି ରାଜ୍ୟରେ ଆଉ 26 କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ବିଭାଗ ର ସୂଚନା ମୁତାବକ ଚିହ୍ନଟ 26 ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲା ରୁ 19 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ରୁ 5 ଏବଂ ଭଦ୍ରକରୁ 2 ଜଣ ଚିହ୍ନଟ ହୋଇଛନ୍ତି l ଆକ୍ରାନ୍ତଙ୍କ ସମ୍ପର୍କରେ ଅଧିକ ସୂଚନା ଜାରିକରିଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ l ବିଭାଗ ର ସୂଚନା ମୁତାବକ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା 19 ଆକ୍ରାନ୍ତଙ୍କ ବୟସ ଯଥାକ୍ରମରେ 26,45,21,38, 40,33,45 31,23,47, 35,24,30, 18,29,57, 38,31,58 ସେହିପରି କେନ୍ଦ୍ରାପଡା ଜିଲ୍ଲା ରୁ ଚିହ୍ନଟ ହୋଇଥିବା 5 କରୋନା ଆକ୍ରାନ୍ତ ଙ୍କ ବୟସ ଯଥାକ୍ରମରେ 32,33 27,35,31 ଭଦ୍ରକ ଜିଲ୍ଲା ରୁ ଚିହ୍ନଟ ହୋଇଥିବା ଦୁଇ କରୋନା ସଂକ୍ରମିତ ଙ୍କ ବୟସ 21 ଏବଂ 41 l ସମସ୍ତେ ପୁରୁଷ ହୋଇଥିବା ବେଳେ ସୁରଟ ରୁ ଫେରିଥିବା ଦର୍ଶାଯାଇଛି l ଉକ୍ତ କରୋନା ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 245 କୁ ବୃଦ୍ଧି ପାଇଛି l

Leave A Reply

Your email address will not be published.